କେନ୍ୟୁଜ୍ (ବ୍ୟୁରୋ): ପୁଣି ଓଡିଶାର ୬୨ କରୋନା ଆକ୍ରାନ୍ତ ସୁସ୍ଥ। ଏମାନଙ୍କ ମଧ୍ୟରେ ୪୧ ଜଣ ଗଞ୍ଜାମର , ୧୫ ଜଣ ବାଲେଶ୍ବରର , ୨ ଜଣ ରାଉରକେଲାର, ଭଦ୍ରକର ଜଣେ, ମୟୂରଭଞ୍ଜର ଜଣେ, ଯାଜପୁରର ଜଣେ ସୁସ୍ଥ ହୋଇଛନ୍ତି। ମହାରଷ୍ଟ୍ରର ଜଣେ କରୋନା ଆକ୍ରାନ୍ତ ଓଡିଶାରେ ଚିକିତ୍ସିତ ହେଉଥିଲେ ସେ ସୁସ୍ଥ ହୋଇଛନ୍ତି। ଏମାନେ ସମସ୍ତଙ୍କୁ ମିଶାଇ ମହାରାଷ୍ଟ୍ରର ଆକ୍ରାନ୍ତଙ୍କୁ ବାଦ ଦେଇ ଓଡିଶାରେ ମୋଟ ୪୯୭ ଜଣ ସୁସ୍ଥ ହୋଇଛନ୍ତି। ଟ୍ବିଟ କରି ଏହା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।
Another 62 #Covid19 patients have recovered and are being discharged.
41 are from Ganjam,
15 from Balasore,
2 from Rourkela and
1 each from Bhadrak, Mayurbhanj, Jajpur and Maharashtra (other State patient in our hospital).— H & FW Dept Odisha (@HFWOdisha) May 23, 2020
ସକାଳେ ରାଜ୍ଯରେ ଆଉ ୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ଯା ୧୨୬୯କୁ ବୃଦ୍ଧି ପାଇଛି । ପଜିଟିଭଙ୍କ ଭିତରେ ଗଞ୍ଜାମରୁ ୧୯, ଯାଜପୁରରୁ ୧୪, ବାଲେଶ୍ବରରୁ ୩, ପୁରୀରୁ ୧୭, କଟକରୁ ଜଣେ, ସୁନ୍ଦରଗଡରୁ ୫, ନୟାଗଡରୁ ୫,ବଲାଙ୍ଗିରରୁ ୧ , ମାଲକାନଗିରିରୁ ୫, କନ୍ଧମାଳରୁ ୨, ଝାରୁସୁଗୁଡାରୁ ୩, ନବଙ୍ଗରପୁରରୁ ୧ ଏବଂ ଗଜପତି ଜିଲ୍ଲାରୁ ୪ଜଣ ଚିହ୍ନଟ ହୋଇଛନ୍ତି । ତେବେ କରୋନା ପ୍ରଭାବିତ ଜିଲ୍ଲା ମାନଙ୍କ ଭିତରେ ସାମିଲ୍ ହୋଇଛି ନବଙ୍ଗରପୁର ଓ ଗଜପତି ଜିଲ୍ଲା । ଏନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।