ଅବତରଣ ବେଳେ ଖସି ପଡିଲା ଏୟାର ଇଣ୍ଡିଆ A737 ବୀମାନ, ପାଇଲଟଙ୍କ ସମେତ ୬ ଜଣ ପାସେଞ୍ଜରଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ): କେରଳ କୋଝିକୋଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ । ଅବତରଣ ବେଳେ ରନେଓ୍ଵରୁ ଡେଇଁ ଦୁଇ ଖଣ୍ଡ ହୋଇ ଯାଇଛି ବିମାନ । ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ୨ ଜଣ ପାଇଲଟ୍‌, ୫ ଜଣ କ୍ୟାବିନ ମେମ୍ବରଙ୍କୁ ମିଶାଇ ୧୯୧ ଜଣ ଯାତ୍ରୀ ଥିଲେ । ଅନ୍ୟଯାତ୍ରୀମାନେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ୧୯୧ ଜଣ ଯାତ୍ରୀଙ୍କ ଭିତରେ ୧୦ ଜଣ ଶିଶୁ ଅଛନ୍ତି। ସୌଭାଗ୍ୟବଶତଃ ଦୁର୍ଘଟଣା ବେଳେ ବିମାନରେ ନିଆଁ ଲାଗିନାହିଁ। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

ଆହତ ୩୦ ଜଣ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁବାଇରୁ କାଲିକଟ ଯାତ୍ରା କରୁଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ।  ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଡିଜିସିଏ । ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳରେ ପହଞ୍ଚିବାକୁ ଏନଡିଆରଏଫ୍‌କୁ ନିର୍ଦ୍ଦେଶ ଦେଇଥିବା ଗୃହମନ୍ତ୍ରୀ ଅମିତ ଶାହ ଟ୍ଵିଟ୍‌ କରିଛନ୍ତି।


କନସୁଲେଟ୍‌ ଜେନେରାଲ ଅଫ୍‌ ଇଣ୍ଡିଆ ଦୁବାଇ ପାଇଁ ହେଲ୍‌ପ ଲାଇନ୍‌ ଜାରି କରିଛି। ହେଲ୍‌ପ ଲାଇନ୍‌ ନମ୍ବର ଗୁଡ଼ିକ ହେଲା – 056 546 3903, 0543090572, 0543090575 । ବନ୍ଦେ ଭାରତ ମିଶନରେ ଉଡାଣ ଭରିଥିଲା ବିମାନ ।

ବିମାନ ରନ୍‌ୱେରୁ ଖସି ଯାଇଥିବା ଖବର ସୁନିଶ୍ଚିତ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ କେଜେ ଆଲ୍‌ଫୋନ୍ସ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, କେରଳରେ ଦ୍ବିତୀୟ ଦୁଃଖଦ ଘଟଣା: କୋଝିକୋଡ଼ରେ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍ ରନ୍‌ୱେରୁ ଖସି ଯାଇ, ସମ୍ମୁଖ ଭାଗ ଦୁଇଖଣ୍ଡ ହୋଇଯାଇଛି। ପାଇଲଟ୍‌ ମରିଛନ୍ତି ଓ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି। ଯୋଗକୁ ବିମାନରେ ନିଆଁ ଲାଗିନାହିଁ।

Leave A Reply

Your email address will not be published.