ଗ୍ରାହକଙ୍କ ପୂଜା ଅଫର ଆଣିଲା Airtel, ରିଚାର୍ଜ ଉପରେ ମିଳିବ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ

ଗ୍ରାହକଙ୍କ ପାଇଁ ଏକ ଧମାକାଦାର ଅଫର ପ୍ଲାନ ଲଞ୍ଚ କରିଛି ଏୟାରଟେଲ । ସୂଚନା ଅନୁଯାୟୀ, କମ୍ପାନୀ ତରଫରୁ ଜାରି ହୋଇଥିବା ଏହି ନୂଆ ଅଫରରେ ୟୁଜର ମାନଙ୍କୁ ରିଚାର୍ଜ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିପାରିବ । ହୁଏତ ଆପଣଙ୍କର ବିଶ୍ୱାସ ହେଉନଥିବ, କିନ୍ତୁ ପ୍ରକୃତରେ ଏହା ସତ । ଏୟାର ଟେଲର ଏହି ଅଫର ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଥିବା ବେଳେ କେବଳ ମାତ୍ର ଆମାଜନ ପ୍ରାଇମ ମେମ୍ବରସ ମାନେ ହିଁ ଏହାକୁ ବ୍ୟବହାର କରିପାରିବେ । ଯଦି ଆପଣ ବି ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଏୟାରଟେଲ ସହ ଆମାଜନର ପ୍ରାଇମ ମେମ୍ବର ସିପ ବି ନେବାକୁ ହେବ । ରିଚାର୍ଜ

କରିବା ପରେ ଆପଣଙ୍କ ଆମାଜନ ପେ ୱାଲେଟରେ ତିନି ଦିନ ଭିତରେ କ୍ୟାସବ୍ୟାକ ରାଶି ପହଞ୍ଚିଯିବ । ଯାହାର ବ୍ୟବହାର ଆପଣ ସପିଙ୍ଗ କିମ୍ବା ଅନ୍ୟ କୌଣସି ରିଚାର୍ଜରେ କରିପାରିବେ । କିନ୍ତୁ କମ୍ପାନୀ ତରଫରୁ ସର୍ତ୍ତ ରଖାଯାଇଛିକି ରିଚାର୍ଜ ଆପଣଙ୍କୁ ଆମାଜନ ଆପ କିମ୍ବା ୱେବସାଇଟରୁ କରିବାକୁ ହେବ । କିନ୍ତୁ ୟୁପିଆଇ ରୁ ରିଚାର୍ଜ କଲେ କ୍ୟାସବ୍ୟାକ ମିଳିବ ନାହିଁ । ଅର୍ଥାତ ଆପଣ ଅମାଜନ ୱାଲେଟରୁ ରିଚାର୍ଜ କରିବେ କିନ୍ତୁ ଏଥିପାଇଁ ୟୁପିଆଇର ବ୍ୟବହାର କରିବେ ନାହିଁ ।

 

 

Leave A Reply

Your email address will not be published.