Airtel ଲଞ୍ଚ୍‌ କଲା ନୂଆ ପ୍ଲାନ୍‌, ଡାଟା ଓ କଲିଂ ସହ ମିଳିବ ମାଗଣାରେ ମିଳିବ ଏସବୁ ସୁବିଧା

ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସବୁ ଟେଲିକମ୍‌ କମ୍ପାନୀ ନୂଆ ନୂଆ ପ୍ଲାନ୍‌ ଲଞ୍ଚ୍‌ କରୁଛନ୍ତି। ଜିଓ ଓ ଭୋଡାଫୋନ୍‌କୁ ଟକ୍କର ଦେବା ପାଇଁ ଏବେ ଏୟାରଟେଲ୍‌ ଆଉ ଏକ ନୂଆ ପ୍ଲାନ୍‌ ଲଞ୍ଚ୍‌ କରିଛି। କମ୍ପାନୀ ଏହାର ଦାମ୍‌ ୨,୪୯୮ ଟଙ୍କା ରଖିଛି। ଏହି ନୂଆ ପ୍ରିପେଡ୍‌ ପ୍ଲାନ୍‌ରେ ଗ୍ରାହକଙ୍କୁ ଅନେକ କିଛି ସୁବିଧା ମିଳିବ।

୨,୪୯୮ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକ ପ୍ରତିଦିନ ୨ ଜିବି ହାଇ ସ୍ପିଡ୍‌ ଡାଟା ପାଇପାରିବେ। ଏଥିରେ ଯେକୌଣସି ନେଟ୍‌ଓ୍ଵାର୍କକୁ ଅନଲିମିଟେଡ୍‌ କଲିଂ ସୁବିଧା ରହିଛି। ଏଥିସହ ଗ୍ରାହକ ପ୍ରତିଦିନ ୧୦୦ଟି ଏସ୍‌ଏମ୍‌ଏସ୍‌ କରିବାର ସୁଯୋଗ ମଧ୍ୟ ପାଇବେ। ଏହି ପ୍ଲାନ୍‌ର ବୈଧତା ୩୬୫ ଦିନ ରଖାଯାଇଛି। ଅର୍ଥାତ୍‌ ଗ୍ରାହକ ଏହି ପ୍ଲାନ୍‌କୁ ବର୍ଷେ ଯାଏଁ ଚଲାଇପାରିବେ।

Airtel likely to bring postpaid, broadband and DTH services under ...

ଏସବୁ ସୁବିଧା ବ୍ୟତୀତ ଏହି ପ୍ଲାନ୍‌ରେ ମାଗଣାରେ ଜି୫ ପ୍ରିମିୟମ୍‌ ସବ୍‌ସ୍କ୍ରିପ୍‌ସନ୍‌, ଫୋନ୍‌ ପାଇଁ ଏୟାରଟେଲ୍‌ ସିକ୍ୱୋରିଟି ଏଣ୍ଟ୍ରିଭାଇରସ୍‌ ସଲ୍ୟୁସନ୍‌ ଓ ଏୟାରଟେଲ୍‌ ପ୍ରିମିୟମ୍‌ ସବ୍‌ସ୍କ୍ରିପ୍‌ସନ୍‌ ମିଳିବ। ଏଥିସହ ଗ୍ରାହକଙ୍କୁ ଓ୍ଵିଙ୍କ୍‌ ମ୍ୟୁଜିକ୍‌ ପ୍ରିପେଡ୍‌ ସବ୍‌ସ୍କ୍ରିପ୍‌ସନ୍‌, ଫ୍ରି ହ୍ୟାଲୋଟ୍ୟୁନ୍‌ ଓ ଫାସ୍‌ଟ୍ୟାଗ୍‌ ଉପରେ ୧୫୦ ଟଙ୍କା କ୍ୟାସ୍‌ବ୍ୟାକ୍‌ ମିଳିବ। ଏଥିସହ ଗ୍ରାହକଙ୍କୁ ଏହି ପ୍ଲାନ୍‌ରେ ୨୮ ଦିନର ବୈଧତା ସହ ଶ’ ଏକାଡେମୀ ତରଫରୁ ଫ୍ରି ଅନ୍‌ଲାଇନ୍‌ କୋର୍ସ ମଧ୍ୟ ଦିଆଯିବ।

Leave A Reply

Your email address will not be published.