ରାଜସ୍ବ ବଭାଗର ସ୍ବତନ୍ତ୍ର ସଚିବ ଅଜୟ ଦାସ ଗିରଫ, କାଲି ଭିଜିଲାନ୍ସ କରିଥିଲା ଚଢାଉ

କେନ୍ୟଜ୍(ବ୍ୟୁରୋ): ରାଜସ୍ବ ବଭାଗର ସ୍ବତନ୍ତ୍ର ସଚିବ ଅଜୟ ଦାସ ଗିରଫ। ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କାଲି ତାଙ୍କ ବାସ ଭବନରେ ଚାଢାଉ କରିଥିଲା ଭିଜିଲାନ୍ସ।  ଆଜି ଶ୍ରୀଯୁକ୍ତ ଦାସଙ୍କୁ ଗିରଫ  କରିଥିବାର ସୂଚନା ମିଳିଛି। ଭିଜିଲାନ୍‌ସ ଟିମ୍‌କୁ ବର୍ତ୍ତମାନ ସୁଦ୍ଧା ୩ କୋଟି ଟଙ୍କାର ସଂପତ୍ତି ମିଳିଥିବା ବେଳେ ଅଜୟ ଦାସ ଜବତ ସଂପତ୍ତିର ସଠିକ ତଥ୍ୟ ଦେଇପାରୁ ନାହାନ୍ତି। ଗିରଫ ପରେ ଶ୍ରୀଯୁକ୍ତ  ଦାସ ପ୍ରତିକ୍ରିୟାରେ କହିଛନ୍ତି ଚାକିରି ସରିବାର ୨ ମାସ ପୂର୍ବରୁ ମୋତେ ଫସାଇ ଦିଆଯାଇଛି। ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର  କିଛି ମୁଷ୍ଠୀମୟ ବ୍ୟକ୍ତି ଚକ୍ରାନ୍ତ କରି ଫସାଇ ଦେଇଥିବାର କହିଛନ୍ତି।

 

Leave A Reply

Your email address will not be published.