ଦେଖନ୍ତୁ Video: ଡାକ୍ତରଙ୍କ ପାଇଁ ସମର୍ପିତ ଏହି ଗୀତ, ଲୋମ ଟାଙ୍କୁରାଇ ଦେବ ଅକ୍ଷୟ କୁମାରଙ୍କ ‘ତେରୀ ମିଟି’

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଓ ଗାୟକ ବି ପ୍ରାକ ଏକ ନୂଆ ଗୀତ ସହିତ ଡାକ୍ତରମାନଙ୍କୁ ଟ୍ରିବ୍ୟୁଟ ଦେଇଛନ୍ତି। ଯେଉଁମାନେ କରୋନା ମହାମାରୀ ସମୟରେ ଆମ ଜୀବନକୁ ବଞ୍ଚାଇବା ପାଇଁ ଲଗାତାର ପରିଶ୍ରମ କରୁଛନ୍ତି, ଖାସ ସେହିମାନଙ୍କ ପାଇଁ ଏହି ଗୀତ କମ୍ପୋଜ ହୋଇଛି। ଫିଲ୍ମ ‘କେଶରୀ’ର ଲୋକପ୍ରିୟ ଗୀତ ‘ତେରୀ ମିଟି’କୁ ଅକ୍ଷୟ କୁମାର କରୋନା ଭାଇରସ ସହ ଲଢ଼ୁଥିବା ଡାକ୍ତରମାନଙ୍କୁ ସମର୍ପିତ କରିଛନ୍ତି।

yu

ଏହି ଗୀତକୁ ବି ପ୍ରାକ ଗାଇଛନ୍ତି ଏବଂ ଲିରିକ୍ସ ଦେଇଛନ୍ତି ମନୋଜ ମୁଂତଶିର। ପୁଣିଥରେ ‘ତେରୀ ମିଟି’ ଗୀତ ଲୋକଙ୍କ ହୃଦୟ ଜିତିଯାଇଛି। ଗୀତର ଗୋଟିଏ ଗୋଟିଏ ବୋଲ ଏବଂ ଭିଡ଼ିଓର ଗୋଟିଏ ଗୋଟିଏ ଫୁଟେଜ ଦେଖିଲେ ଲୋମ ଟାଙ୍କୁରି ଯିବ। ଧର୍ମା ପ୍ରଡକ୍ସନସ ଏବଂ କେପ ଅଫ ଗୁଡ଼ ଫିଲ୍ମ ସହ ମିଶି ଏହି ଗୀତ ପ୍ରସ୍ତୁତ କରିଛନ୍ତି। ଗୀତଟି 24 ଏପ୍ରିଲରେ ରିଲିଜ ହୋଇଛି।

hg

ଗୀତ ରିଲିଜ ହେବା ପୂର୍ବରୁ ଅକ୍ଷୟ କୁମାର କହିଥିଲେ, ‘କେହି ଜଣେ ଠିକ କହିଥିଲା। କଠିନ ସମୟରେ କେବଳ ନିଜ ଲୋକ ହିଁ ସାଥ ଦେଇଥାନ୍ତି ଏବଂ ଆମ ସହିତ ଏହି ସଙ୍କଟ ବେଳେ ଆମ ଡାକ୍ତରମାନେ ସବୁଠାରୁ ଆଗରେ ଅଛନ୍ତି। ସେମାନେ ଧଳା କୋଟରେ କୌଣସି ସୈନିକଙ୍କଠାରୁ କମ ନୁହନ୍ତି। ଆମ ତରଫରୁ ଖାସ ସେମାନଙ୍କ ପାଇଁ- ସିଧା ହୃଦୟରୁ’। ସେହିପରି ଗୀତରେ କଣ୍ଠଦାନ କରିଥିବା ବି ପ୍ରାକ କହିଥିଲେ, ‘ଏହା ସେହି ଡାକ୍ତରମାନଙ୍କୁ ଟ୍ରିବ୍ୟୁଟ, ଯେଉଁମାନେ ଆମ ପାଇଁ ଏବଂ ପୂରା ଦୁନିଆକୁ ବଞ୍ଚେଇବା ପାଇଁ ଦିନରାତି କାମ କରୁଛନ୍ତି’।

video courtesy: youtube

Leave A Reply

Your email address will not be published.