Odisha News
.

ଆଜି ସାରା ରାଜ୍ୟରେ ବନ୍ଦ ରହିବ ଔଷଧ ଦୋକାନ, ୧୦ ଲକ୍ଷ ଔଷଧ ବ୍ୟବସାୟୀ ସାମିଲ

ଭୁବନେଶ୍ବର(କେନ୍ଯୁଜ୍) : ଆଜି ସାରା ରାଜ୍ୟରେ ବନ୍ଦ ରହିବ ଔଷଧ ଦୋକାନ । ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘର ବନ୍ଦ ଡାକରାକୁ ସମର୍ଥନ କରିଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ । ଇ-ଫାର୍ମାସୀ ଓ ଅନଲାଇନରେ ଔଷଧ ବିକ୍ରି ଯୋଗୁଁ ଖୁଚୁରା ବ୍ୟବସାୟୀମାନେ ପ୍ରଭାବିତ ହେଉଛନ୍ତି । ଏହା ବିରୋଧରେ ମହାସଂଘ ବନ୍ଦ ଡାକରା ଦେଇଛି । ବନ୍ଦରେ ଦେଶର ୧୦ ଲକ୍ଷ ଔଷଧ ବ୍ୟବସାୟୀ ସାମିଲ ହେବେ । ସେମାନଙ୍କ ଭିତରେ ରାଜ୍ୟର ୨୨ ହଜାର ଔଷଧ ଦୋକାନୀ ଅଛନ୍ତି । ତେବେ ବନ୍ଦ ବେଳେ ରୋଗୀଙ୍କ ଯେଭଳି କୌଣସି ଅସୁବିଧା ନହୁଏ ଏଥିପାଇଁ ହସ୍ପିଟାଲ ପରିସରରେ ଥିବା ସମସ୍ତ ଔଷଧ ଦୋକାନ ଖୋଲା ରହିବ ।

Leave A Reply

Your email address will not be published.