ଏବେ ଆମାଜନରେ ଜିନିଷ ଅର୍ଡର କରିବାର ଗୋଟେ ମାସ ପରେ ଜମା କରିପାରିବେ ଟଙ୍କା, ଜାଣନ୍ତୁ କିପରି

ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ଭାରତରେ ଆମାଜନ ପେ ଲେଟର (Amazon Pay Later) ସର୍ଭିସ ଲଞ୍ଚ କରାଯାଇଛି। ଏହା ଜରିଆରେ ଗ୍ରାହକ ଜିନିଷ କିଣିବାର ଏକ ମାସ ପରେ ଟଙ୍କା ଦେଇପାରିବେ। ଏଥିସହ କମ୍ପାନୀ ଏଥିରେ ଇଏମଆଇ ର ମଧ୍ୟ ସୁବିଧା ଦେଇଛି। ଏହି ଜରିଆରେ ଗ୍ରାହକଙ୍କୁ ବିନା ସୁଧରେ ଇଣ୍ଟରେଷ୍ଟ କ୍ରେଡିଟ ଉପଲବ୍ଧ କରାଯାଉଛି।

କମ୍ପାନୀ କହିବାନୁଯାୟୀ ଲାଟେଷ୍ଟ ପ୍ରଡକ୍ଟ ଉପରେ ହିଁ ଏହି ସୁବିଧା ଦିଆଯିବ। କମ୍ପାନୀର ୱେବସାଇଟ ଆମାଜନରେ ଗ୍ରାହକ ଜିନିଷ କିଣିପାରିବେ। ଗ୍ରାହକଙ୍କୁ ୧୨ମାସର କିସ୍ତିରେ ଟଙ୍କା ଜମା କରିବାର ସୁବିଧା ରହିଛି। ଏହି ଜରିଆରେ ଗ୍ରାହକଙ୍କୁ ଥରକରେ ୨୦,୦୦୦ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ ମିଳିପାରିବ।

Amazon

ଏହା ଜରିଆରେ ଗ୍ରାହକ ପ୍ରତ୍ୟେକ ମାସରେ ୟୁଟିଲିଟି ବିଲ ପାଇଁ ମଧ୍ୟ କ୍ରେଡିଟ ନେଇପାରିବେ। ଏଥିସହ ଲକଡାଉନ ସମୟରେ ଆବଶ୍ୟକୀୟ ଜିନିଷ ଉପରେ ମଧ୍ୟ କ୍ରେଡିଟ ନେଇପାରିବେ। ଅର୍ଥାତ ଏହି ସର୍ଭିସ ଜରିଆରେ ଗ୍ରାହକ ଘରୋଇ ଉପକରଣ, ଇଲେକ୍ଟ୍ରୋନିକ

ସାମଗ୍ରୀ, ଅତି ଆବଶ୍ୟକୀୟ ଜିନିଷ ଏବଂ ଏପରିକି ବିଜୁଳି ବିଲ, ମୋବାଇଲ ଏବଂ ଡିଟିଏଚ ରିଚାର୍ଜ ଭଳି ମାସିକ ବିଲର ସୁବିଧା ପାଇପାରିବେ। ଏହି ସେବା ପାଇବା ପାଇଁ ଗ୍ରାହକଙ୍କୁ ପ୍ରଥମେ ଆମାଜନ ପେ ଲେଟର ସେବା ପାଇଁ ଆମାଜନ ଇଣ୍ଡିଆ ମୋବାଇଲ ଆପରେ ରେଜିଷ୍ଟ୍ରେସନ କରିବାକୁ ପଡିବ।

 

Leave A Reply

Your email address will not be published.