ପ୍ରଥମେ ଗର୍ଭବତୀଙ୍କୁ ତଣ୍ଟି ଚିପି ହତ୍ୟା କଲା ଓ ତା’ପରେ ଗର୍ଭାଶୟ କାଟି ଚୋରେଇ ନେଲା ଛୁଆ; ତଥାପି ଅଭିଯୁକ୍ତକୁ ମିଳିଲାନି ଫାଶୀ

ଫାଶୀ ଦଣ୍ଡ ଦିଆଯାଇଥିବା ଜଣେ ମହିଳାଙ୍କର ଶେଷ ମୁହୂର୍ତ୍ତରେ ବଞ୍ଚିଗଲା ଜୀବନ। ପ୍ରାୟ ୬୭ ବର୍ଷ ପରେ ଜାନୁଆରୀ ୧୨ ତାରିଖରେ କୌଣସି ମହିଳା କଏଦୀଙ୍କ ଫାଶୀ ଦଣ୍ଡ ଉପରେ ରୋକ୍‌ ଲଗାଇଛନ୍ତି କୋର୍ଟ। କୋର୍ଟ କହିଛନ୍ତି, ଫାଶୀ ପୂର୍ବରୁ ମହିଳାଙ୍କ ମାନସିକ ସ୍ଥିତି ଯାଞ୍ଚ କରିବା ଆବଶ୍ୟକତା ରହିଛି। ଏହି ଯାଞ୍ଚ ବେଳେ ମହିଳାଙ୍କ ମାନସିକ ସ୍ଥିତି ଭଲ ନ ଥିଲା। ଏଣୁ ତାଙ୍କ ଫାଶୀ ଦଣ୍ଡକୁ ରୋକାଯାଇଛି।

lisa

ରିପୋର୍ଟ ମୁତାବକ, ଅଭିଯୁକ୍ତ ମହିଳାଙ୍କ ଉପରେ ଜଘନ୍ୟ କାଣ୍ଡ ଘଟାଇଥିବା ନେଇ ଅଭିଯୋଗ ରହିଛି। ଆମେରିକାର କଂସାସର ବାସିନ୍ଦା ଅଭିଯୁକ୍ତ ଲିସା ମୋଣ୍ଟଗୋମେରୀ ୧୬ ଡିସେମ୍ବର ୨୦୦୪ରେ ନିଜ ଫାର୍ମହାଉସ୍‌ ଠାରୁ ୨୭୦ କିଲୋମିଟର ଦୂର ମିସୌରୀର ସ୍କିଡମୋଟ ଟାଉନ୍‌ ପହଞ୍ଚିଥିଲେ । ସେଠାରେ କୁକୁର ପାଳୁଥିବା ୨୩ ବର୍ଷୀୟା ବବି ଜୋ ଷ୍ଟିନେଟ୍‌ଙ୍କୁ ଭେଟି ତାଙ୍କ ଠାରୁ ଏକ କୁକୁର କିଣିବାକୁ ଚାହିଁଥିଲେ। ମାତ୍ର ହଠାତ୍‌ ସେମାନଙ୍କ ମଧ୍ୟରେ କ’ଣ ହେଲା କେଜାଣି ଲିସା ଉକ୍ତ ଗର୍ଭବତୀ ବବିଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଛୁରୀରେ ତାଙ୍କ ଗର୍ଭାଶୟ କାଟି ଜନ୍ମ ହୋଇନଥିବା ଛୁଆକୁ ଚୋରାଇ ନେଇଥିଲେ।

ଘଟଣା ପରଦିନ ହିଁ ପୋଲିସ ତାଙ୍କୁ ଗିରଫ କରିଥିଲା ଓ ଛୁଆକୁ ଉଦ୍ଧାର କରିଥିଲା। କୋର୍ଟ ମହିଳାଙ୍କ ଅପରାଧକୁ ଜଘନ୍ୟ କହିବା ସହ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଲିସା ଯେଉଁ ଛୁଆକୁ ଚୋରାଇଥିଲେ ତା’ ନାଁ ଭିକ୍ଟୋରିଆ ରଖାଯାଇଛି। ଏବେ ତାକୁ ୧୬ ବର୍ଷ ବୟସ।

Leave A Reply

Your email address will not be published.