ଆନ୍ଧ୍ରପ୍ରଦେଶ : ସରକାରଙ୍କ କରୋନା ବିଫଳତା ନେଇ ଆଲୋଚନା କରିବା ଡାକ୍ତରଙ୍କୁ ପଡ଼ିଲା ମହଙ୍ଗା, ପଠାଇ ଦିଆଗଲା ମେଣ୍ଟାଲ୍‌ ହସ୍‌ପିଟାଲ୍‌

ବେଙ୍ଗାଲୁର : ଡାକ୍ତର ସୁଧାକର ଆନ୍ଧ୍ରପ୍ରଦେଶ ବିଶାଖାପାଟ୍‌ନମ୍‌ ଜିଲ୍ଲା ନରସୀପଟନମ୍‌ କ୍ଷତ୍ରୀୟ ସରକାରୀ ହସ୍‌ପିଟାଲରେ ଜଣେ ଆନେସ୍ଥେସିସ୍‌ ଡାକ୍ତର ଭାବେ କାମ କରନ୍ତି । କରୋନା ସମୟରେ ପିପି କିଟ୍ସ, ମାସ୍କ ଓ ଗ୍ଲୋଭ୍‌ସର ଅଭାବ ନେଇ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

doctor andhra-0ଏହା ସେତେବେଳେ ସରକାରଙ୍କୁ ଅଡ଼ୁଆରେ ପକାଇଥିଲା । କିଛି ଦିନ ପରେ ଡାକ୍ତର ପଦବୀରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏବେ ତାଙ୍କୁ ଏକ ମେଣ୍ଟାଲ୍‌(ମାନସିକ ରୋଗୀଙ୍କ) ହସ୍‌ପିଟାଲରେ ଭର୍ତ୍ତି କରିଦିଆଯାଇଛି । ସରକାରଙ୍କ ମୁଖା ଖୋଲିଥିବାରୁ ଆଜି ତାଙ୍କୁ ଏପରି ପୁରସ୍କାର ମିଳିଛି ।

ଡାକ୍ତରଙ୍କ ଏହି କାହାଣୀ କୈାଣସି ହିନ୍ଦୀ ଫିଲ୍ମର କାହାଣୀ ଠାରୁ କମ୍‌ ନୁହେଁ । ଫିଲ୍ମରେ ଯେପରି ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ଥିବା ହିରୋର ଅବସ୍ଥା ଦୟନୀୟ ହୋଇଥାଏ । ତାହା ଆଜି ଏହି ଡାକ୍ତରଙ୍କ ଠାରେ ଘଟିଛି ।

doctor andhra-1

ଆନ୍ଧ୍ରପ୍ରଦେଶର ହସ୍‌ପିଟାଲରେ ପିପି କିଟ୍ସ, ଗ୍ଲୋଭ୍‌ସ ଓ ଫେସ୍‌ ମାସ୍କ ଅଭାବ ନେଇ ସ୍ୱର ଉତ୍ତୋଳନ କରିବା ପରେ ସେ ବହୁତ ଚର୍ଚ୍ଚାକୁ ଆସିଥିଲେ । ଫଳରେ ସରକାର ତାଙ୍କୁ ଅନୁଶାସନ ଆଧାରରେ ନିଲମ୍ବତ କରିଥିଲେ ।

ଏହାର କିଛି ଦିନ ପରେ ଉକ୍ତ ଡାକ୍ତରଙ୍କୁ ବିଚ୍‌ ରାସ୍ତାରେ ପୋଲିସ ମାଡ ମାରୁଥିବାର ଏକ ଭଡିଓ ଆସିଥିଲା । ଏଥିରେ ଡାକ୍ତରଙ୍କ ଦେହରେ ସାର୍ଟ ନଥିଲା । ସେ ତଳେ ପଡିଥିବା ବେଳେ ପିଠି ପଛରୁ ତାଙ୍କ ହାତ ବନ୍ଧା ଯାଇଥିବା ଦେଖାଯାଇଥିଲା ।

doctor andhra-2jpg

ଏବେ ତାଙ୍କୁ ମେଣ୍ଟାଲ୍‌ ହସ୍‌ପିଟାଲକୁ ପଠାଯାଇଛି । ଡାକ୍ତରଙ୍କ ଏହି ପରିସ୍ଥିତି ସରକାରଙ୍କ ଖିଲାପରେ କହିଥିବାରୁ କରାଯାଇଛି ବୋଲି ଏବେ ବିପକ୍ଷରେ ଥିବା ତେଲ୍‌କୁ ଦେଶମ୍‌ ପାର୍ଟି(ଟିଡିପି) ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି । ସରକାର ଡାକ୍ତରଙ୍କ ଉପରେ ବଦ୍‌ଲା ନେଉଛି ବୋଲି ଟିଡିପି ଏବେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି ।

Leave A Reply

Your email address will not be published.