Odisha News
.

ସୁପର ଓଭର ବାଉଣ୍ଡ୍ରି ବିବାଦ ପ୍ରସଙ୍ଗ: ସମାଧାନ କରିବେ ଅନୀଲ କୁମ୍ବଲେ, ଦାୟିତ୍ୱ ଦେଇଛି ଆଇସିସି

ନୂଆଦିଲ୍ଲୀ(କେନ୍ୟୁଜ୍): ସୁପର ଓଭର ବାଉଣ୍ଡ୍ରି ବିବାଦର ସମାଧାନ କରିବେ ଅନୀଲ କୁମ୍ବଲେ । ଏହି ବିବାଦର ସମାଧାନ ପାଇଁ ଅନୀଲ କୁମ୍ବଲେଙ୍କୁ ଦାୟିତ୍ୱ ଦେଇଛି ଆଇସିସି । କୁମ୍ବଲେଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଆଗାମୀ କ୍ରିକେଟ୍‌ କମିଟି ବୈଠକରେ ବିଶ୍ୱକପ୍‌ ଫାଇନାଲ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଆଇସିସି ମହାପ୍ରବନ୍ଧକ ଏନେଇ ସୂଚନା ଦେଇଛନ୍ତି । ୨୦୦୯ ମସିହାରୁ ମ୍ୟାଚ୍‌ ଟାଇ ହେବା ପରେ କିଏ ବିଜେତା ହେବେ ସେଥିପାଇଁ ସୁପର ଓଭର ବ୍ୟବହାର କରାଯାଉଛି । ସୁପର ଓଭରରେ ମ୍ୟାଚ୍‌ ଟାଇ ହେଲେ ବାଉଣ୍ଡ୍ରି ସଂଖ୍ୟାକୁ ନେଇ ବିଜେତା ଘୋଷଣା କରାଯାଉଛି । ଗତ ବିଶ୍ୱକପ୍‌ ଫାଇନାଲ ଅଧିକ ବାଉଣ୍ଡ୍ରି ଆଧାରରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍‌ ବିଜେତା ହୋଇଥିଲା ଇଂଲଣ୍ଡ । ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ତେଣୁ ଏହି ବିବାଦର ସମାଧାନ ପାଇଁ ଆସନ୍ତା ବୈଠକରେ ଆଲୋଚନା ହେବ ।

 

Loading...

Leave A Reply

Your email address will not be published.