ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ ! ବଢୁଛି ସୁସ୍ଥ ସଂଖ୍ୟା, ଆଜି ରେକର୍ଡ ସଂଖ୍ୟକ ୮୭୮ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୮୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଲା ସ୍ବାସ୍ଥ୍ୟବିଭାଗ। ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୯୬, ଖୋର୍ଦ୍ଧାର ୧୧୪,ଗଜପତିର ୪୯, ଜଗତସିଂହପୁର ୪୪, କୋରାପୁଟର ୩୫, ବାଲେଶ୍ବରର ୩୩, କନ୍ଧମାଳର ୨୯, ଅନୁଗୁଳର ୨୬, କେନ୍ଦୁଝରର ୨୩, ନୟାଗଡର ୧୬, କଟକର ୧୪, ସୁନ୍ଦରଗଡର ୧୪,ଭଦ୍ରକର ୧୩, ମାଲକାନଗିରିର ୧୧,ଯାଜପୁରର ୧୦, କେନ୍ଦ୍ରାପଡାର ୮, ବରଗଡ,ବୌଦ୍ଧ ଓ ଢେଙ୍କାନାଳର ୭ ଲଖାଏଁ, ଝାରସୁଗୁଡାର ୫, ବଲାଙ୍ଗିର  ଓ ପୁରୀର ୪ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ନୂଆପଡା ଓ ରାୟଗଡାର ୩ ଜଣ ଲଖାଏଁ, ମୟୂରଭଞ୍ଜର ୨ ଜଣ, ସମ୍ବଲପୁରର ଜଣେ ବ୍ୟକ୍ତି କରୋନାରୁ ଆରୋଗ୍ୟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

କହିରଖୁଛୁ ଯେ ରାଜ୍ଯରେ ଆଜି ୧୦୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୬୬୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୪୦୬ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୨୯,୧୭୫ରେ ପହଁଚିଛି । ଏମାନଙ୍କ ୧୮,୦୬୦ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୦,୯୨୦ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୨୦,ବାଲେଶ୍ବରରୁ ୨୯,ବରଗଡରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୨୬, କଟକରୁ ୬୧,ଦେଓଗଡରୁ ୨, .ଢେଙ୍କାନାଳରୁ ୧, ଗଜପତିରୁ ୮୮, ଜଗତସିଂହପୁରରୁ ୩, ଯାଜପୁରରୁ ୧୨,ଝାରୁସୁଗୁଡାରୁ ୧୨,କଳାହାଣ୍ଡିରୁ ୧୯, କନ୍ଧମାଳରୁ ୧୧, କେନ୍ଦ୍ରାପଡାରୁ ୮, ଖୋର୍ଦ୍ଧାରୁ ୧୯୪, କୋରାପୁଟରୁ ୬୬, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୨୦ ଏବଂ ନବରଙ୍ଗପୁରରୁ ୨୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 

Leave A Reply

Your email address will not be published.