ଆଜି ସୁସ୍ଥ ତାଲିକାରେ ଯୋଡି ହେଲେ ୧୧୫୦ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ଖସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ,  ଆଜି ପୁଣି  ବଡ ସଂଖ୍ୟାର ଆକ୍ରାନ୍ତ ହୋଇଛନ୍ତି ସୁସ୍ଥ। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି

ଗଞ୍ଜାମର ୨୯୦, ଖୋର୍ଦ୍ଧାର ୧୯୭, ରାୟଗଡାର ୧୨୧, ସୁନ୍ଦରଗଡର ୭୬, ଯାଜପୁରର ୪୭,କୋରାପୁଟର ୪୫, କଟକର ୪୪,ପୁରୀର ୪୦, ନୟାଗଡର ୩୫, କେନ୍ଦୁଝରର ୩୩, ବାଲେଶ୍ବରର ୨୫, କଳାହାଣ୍ଡିର ୨୫, ମୟୂରଭଞ୍ଜର ୨୪,ସମ୍ବଲପୁର ୨୩, ବଲାଙ୍ଗିରର ୨୨, ଭଦ୍ରକର ୧୫, କନ୍ଧମାଳର ୧୪,ଜଗତସିଂହପୁରର ୧୧, କେନ୍ଦ୍ରାପଡାର ୧୧, ମାଲକାନଗିରିର ୧୦, ନୂଆପଡାର ୮, ବରଗଡର ୭, ଢେଙ୍କାନାଳର ୬, ଅନୁଗୁଳର ୫, ସୋନପୁରର ୫, ଗଜପତିର ୪, ଝାରସୁଗୁଡାର ୪, ବୌଦ୍ଧର ୨, ନବରଙ୍ଗପୁରର ଜଣେ କରୋନାରୁ ଆରୋଗ୍ୟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୨୬୮୮୭ରେ ।

Leave A Reply

Your email address will not be published.