Apple INC (AAPL.O) ଦ୍ୱାରା ଆଇଫୋନରୁ କିଛି ତ୍ରୁଟି ଦେଖାଇଲେ ସାଇବର ସୁକ୍ୟରିଟ ରିସର୍ଚ୍ଚ ଟିମକୁ ୧ ମିଲିଅନ ଅର୍ଥାତ ( ପାଖାପାଖି ୭,୦୪,୭୭,୨୦୦ଟଙ୍କା) ଅଫର କରିଛି। ହ୍ୟାକର ଠାରୁ ବଞ୍ଚିବା ପାଇଁ କୌଣସି କମ୍ପାନୀ ଦ୍ୱାରା ଦିଆଯାଇଥିବା ଅଫର ମଧ୍ୟରେ ଏହା ସବୁଠାରୁ ଅଧିକ।
ପ୍ରଥମେ ଆପେଲ ଦ୍ୱାରା ଅଫରକୁ ପ୍ରଦାନ କରାଯାଇ ସେଗୁଡିକୁ ରିସର୍ଚ୍ଚ ଟିମକୁ ଦିଆଯାଇଥାଏ, ଯାହା ଫୋନ ଏବଂ କ୍ଲାଉଡ ବ୍ୟାକଅପ୍ ବିଷୟରେ ସନ୍ଧାନ ଲଗାଇଥାଏ। ଲାସଭେଗାସରେ ହୋଇଥିବା ବାର୍ଷିକ ବ୍ଲାକ ହାଟ ସିକ୍ୟୁରିଟ ସମ୍ମିଳନୀରେ କମ୍ପାନୀ ଏହା ଘୋଷଣା କରିଛି। ଏହା ସହିତ Mac ସଫ୍ଟୱେର ସମେତ ଅନ୍ୟ ସମସ୍ତଙ୍କୁ ସାମିଲ ମଧ୍ୟ କରାଯାଇଛି। ସବୁଠାରୁ ମହତ୍ୱପୂର୍ଣ୍ଣ ସନ୍ଧାନ ପାଇଁ ଅଲଗା ଅଲଗା ପୁରସ୍କାର ମଧ୍ୟ ମିଳିବ।
Related Posts
ଏହି ଏକ ମିଲିୟନ ପୁରସ୍କାର ଆଇଫୋନ kernel ରିମୋଟ ଆକସେସରେ ହିଁ ଆପ୍ଲାଏ ହେବ। ଯେଉଁଥିରେ ଫୋନ ବ୍ୟବହାରକାରୀଙ୍କ ତରଫରୁ କୌଣସି ଆକ୍ସନ ସାମିଲ ହେବନାହିଁ। ଏହାପୂର୍ବରୁ ଆପେଲ ୨୦୦.୦୦୦ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା। ଏହାକୁ ଫ୍ରେଣ୍ଡଲୀ ବଗସ୍କୁ ରିପୋର୍ଟ ପାଇଁ ଦିଆଯାଇଥିଲା। ଯାହାକୁ ସଫ୍ଟୱେର ଅପଟେଡ ଜରିଆରେ ଫିକ୍ସ କରାଯାଇପାରିବ ଏବଂ ହ୍ୟାକରଙ୍କ ଠାରୁ ବଞ୍ଚାଇ ରଖିପାରିବେ।
ଖବର ମୁତାବକ, ଇସ୍ରାଏଲରେ ଏନ୍ଏସ୍ଓ ଗ୍ରୁପ ନାମକ କମ୍ପାନୀ ସରକାରଙ୍କୁ ଏଭଳି କ୍ଷମତା ବିକ୍ରି କରୁଛି। କେବଳ ଆତଙ୍କବାଦୀ ଏବଂ କ୍ରାଇମକୁ ରୋକିବା ସେମାନଙ୍କ ଉଦେଶ୍ୟ ବୋଲି କହିଛନ୍ତି।