Odisha News
.

ସହିଦ ଯବାନଙ୍କୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା, ତିନି ଘଣ୍ଟା ବିମାନ ବନ୍ଦରରେ ରହିଲା ମରଶରୀର

ଭୁବନେଶ୍ବର(କେନ୍ୟୁଜ୍): ସହିଦ ଯବାନଙ୍କୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା । ଦିଆଗଲାନି ଗାର୍ଡ ଅଫ୍‌ ଅନର । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଅଷ୍ଟମ ଆସାମ ରାଇଫଲର ଯବାନ ପ୍ରବୀର କୁମାର ପଟ୍ଟନାୟକଙ୍କ ମରଶରୀର । ଗତ ୬ ତାରିଖରେ ଚୀନ୍‌ ସୀମାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ପାଖାପାଖି ତିନି ଘଣ୍ଟା ସହିଦ୍‌ ଯବାନଙ୍କ ମରଶରୀର ବିମାନ ବନ୍ଦରରେ ରହିଥିଲେ ମଧ୍ୟ ନେବାକୁ କେହି ଆସିନଥିଲେ । ମରଶରୀର ନେବାକୁ ଯେଉଁ ଆମ୍ବୁଲାନ୍ସ ଆସିଥିଲା ତାକୁ ବିରୋଧ କରିଥିଲେ ପରିବାର ଲୋକେ । ସହିଦ୍‌ଙ୍କୁ ଯେପରି ସମ୍ମାନ ମିଳିବା କଥା, ମିଳିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 

Leave A Reply

Your email address will not be published.