ସେନାରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ସେନାରେ ଯୋଗ ଦେଇ ଦେଶ ମାତୃକାର ସେବା କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଇଣ୍ଡିଆନ୍‌ ଆର୍ମିରେ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ହରିୟାଣା ଜିଲ୍ଲାର ଅମ୍ବାଲା, କୈଥଲ, କରନାଲ, କୁରୁକ୍ଷେତ୍ର, ଯମୁନା ନଗର, ପଞ୍ଚକୁଲା ଓ ଚଣ୍ଡୀଗଡ଼ ଆଦି କ୍ଷେତ୍ର ପାଇଁ କରାଯିବ। ଏନେଇ ନିଯୁକ୍ତି କାର୍ଯ୍ୟକ୍ରମ ୭ ଜୁନ୍‌ ୨୦୨୧ରୁ ୨୫ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ତେଜଲୀ ସ୍ପୋର୍ଟସ କମ୍ପେଲକ୍ସ, ଯମୁନା ନଗରରେ ଅନୁଷ୍ଠିତ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବା ପାଇଁ ଇଚ୍ଛୁକ ପ୍ରାର୍ଥୀ ସେନାର ୱେବ୍‌ସାଇଟ୍‌ http://joinindianarmy.nic.in କୁ ଯାଇ ୮ ଏପ୍ରିଲରୁ ୨୨ ମେ ୨୦୨୧ ମଧ୍ୟରେ ରେଜିଷ୍ଟ୍ରେସନ୍‌ କରିପାରିବେ।

ସିପାହୀ ଜେନେରାଲ ଡ୍ୟୁଟି

ବୟସ ସୀମା- ୧୮ରୁ ୨୧ (୧ ଅକ୍ଟୋବର ୨୦୦୦ରୁ ୧ ଏପ୍ରିଲ ୨୦୦୪ ମଧ୍ୟରେ ଜନ୍ମିତ ପ୍ରାର୍ଥୀ)
ଯୋଗ୍ୟତା- ଦଶମ(୪୫ %)
ଉଚ୍ଚତା- ୧୬୯ ସେମି
ଓଜନ- ୫୦ କିଲୋଗ୍ରାମ୍‌
ଛାତି ଚଉଡ଼ା- ୭୭ ସେମି

ସିପାହୀ କ୍ଲର୍କ/ ଷ୍ଟୋରୀ କିପର

ବୟସ ସୀମା- ୧୮ରୁ ୨୩(୧ ଅକ୍ଟୋବର ୧୯୯୮ରୁ ୧ ଏପ୍ରିଲ ୨୦୦୪ ମଧ୍ୟରେ ଜନ୍ମିତ ପ୍ରାର୍ଥୀ)
ଯୋଗ୍ୟତା- ଦ୍ୱାଦଶ(୬୦ %)
ଉଚ୍ଚତା- ୧୬୨ ସେମି
ଓଜନ- ୫୦ କିଲୋଗ୍ରାମ୍‌
ଛାତି ଚଉଡ଼ା- ୭୭ ସେମି

Leave A Reply

Your email address will not be published.