Odisha News
.

ବିଦେଶରେ ଆର୍ଟ ଅଫ୍‌ ଗିଭିଂ

କେନ୍ୟୁଜ୍: ଦରିଆ ପାରିରେ ଆର୍ଟ ଅଫ୍‌ ଗିଭିଂ। ବିଶ୍ୱର ୧୨୦ଟି ଦେଶରେ ଏହି କାର୍ଯ୍ୟକ୍ରମ ପାଳିତ ହେଉଛି। ଏଥିରେ ସାମିଲ ହୋଇଥିଲେ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ଓ ସ୍ୱେଚ୍ଛାସେବୀ। ଏହି ଅବସରରେ ପ୍ରଦାନ କରାଯାଇଥିଲା ବ୍ୟାଗ୍‌ ଅଫ୍‌ ହାପିନେସ୍‌। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି। ରିପବ୍ଲିକ ଅଫ୍‌ ଚାଦ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା ପାଠ୍ୟ ଉପକରଣ। ଇଥିଓପିଆ ଓ ବାହାରିନରେ ମଧ୍ୟ ଆନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଂର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଛି।

KYRGIZSTAN-2ସେହିପରି ଆୟାରଲ୍ୟାଣ୍ଡ, କିର୍ଗିଜିସ୍ତାନ, ମଙ୍ଗୋଲିଆ ଓ ନାଇଜେରିଆ ଆଦି ଦେଶରେ ବହୁ ଲୋକ ସ୍ୱତଃପ୍ରୋତ ଭାବରେ ଏହି ଅଭିଯାନରେ ନିଜକୁ ସାମିଲ କରିଥିଲେ। ନାଇଜେରିଆର କିଛି ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ନେଇ ପାଳିତ ହୋଇଥିଲା ଆର୍ଟ ଅଫ୍‌ ଗିଭିଂ ଡେ।

SAUDI ARB_RIADH_1ସାଉଦି ଆରବରୁ ସାଉଥ ଆଫ୍ରିକା, ସିଙ୍ଗାପୁରର ଲୋକ ଆର୍ଟ ଅଫ୍‌ ଗିଭିଂର ଏହି ମହତ ଅଭିଯାନରେ ନିଜକୁ ସାମିଲ କରିଥିଲେ। ପଡ଼ୋଶୀ ଦେଶ ପାକିସ୍ତାନରେ ବି ଦେଖିବାକୁ ମିଳିଥିଲା ଆର୍ଟ ଅଫ ଗିଭିଂର ଝଲକ।

RUSSIA-2ରୁଷିଆ ବି ସାମିଲ ହୋଇଥିଲା ଆର୍ଟ ଅଫ୍‌ ଗିଭିଂରେ। ସେଠାକାର ରିଆଜାନ୍‌ ଷ୍ଟେଟ୍‌ ୟୁନିଭର୍ସିଟିରେ ଏହି ଦିବସ ପାଳିତ ହୋଇଛି। ଛାତ୍ରଛାତ୍ରୀଙ୍କୁ ବହି ଓ କଲମ ପ୍ରଦାନ କରାଯାଇଥିଲା।

SOUTH KOREA-HANSIO PRESIDENT_2ସାଉଥ କୋରିଆରେ ହାନସିଓ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ଆର୍ଟ ଅଫ ଗିଭିଂ ଡେ। ଏହି ଅବସରରେ ହାନସିଓ ବିଶ୍ୱବିଦ୍ୟାଳୟର ପ୍ରେସିଡେଣ୍ଟ ହାମ୍‌ କିଟ୍‌ ଛାତ୍ରଛାତ୍ରୀଙ୍କୁ ବଲ୍‌ ପେନ୍‌ ଓ ଟୋପି ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କଲମ ଓ ଅନ୍ୟ ପାଠ୍ୟ ଉପକରଣ ବି ଦେଇଥିଲେ।

SIRIYA_2_MANAL ALALIସିରିଆର ଦାମାସକସ୍‌ରେ ବି ଏହି ଦିବସ ପାଳିତ ହୋଇଛି। ଲୋକଙ୍କୁ ଖଜୁରୀ ପ୍ୟାକ୍‌ ଓ ଆର୍ଟ ଅଫ୍‌ ଗିଭିଂ ସମ୍ପର୍କିତ ପୁସ୍ତକ ପ୍ରଦାନ କରାଯାଇଥିଲା। ସେହିପରି ଆର୍ଟ ଅଫ୍‌ ଗିଭିଂ ଡେ ସେଲିବ୍ରେସନରୁ ବାଦ ପଡ଼ି ନଥିଲା ତୁର୍କୀ।

Leave A Reply

Your email address will not be published.