ମାସ୍କ ନ ପିନ୍ଧିଲେ ଏହି ଦେଶରେ ମିଳେ ଅଦ୍ଭୁତ ଦଣ୍ଡ, କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ ଖୋଳିବାକୁ ହୁଏ କବର

ଲଣ୍ଡନ : ସାରା ବିଶ୍ୱରେ କରୋନାରେ ପ୍ରାୟ ୩ କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ କୋଟିଏ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଆମେରିକା ଜନ୍‌ ହପ୍‌କିନ୍ସ ୟୁନିଭରସିଟିର ବିଜ୍ଞାନ ଓ ଇଞ୍ଜିନିୟରିଂ କେନ୍ଦ୍ର ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ ବିଶ୍ୱରେ ଏପର୍ଯ୍ୟନ୍ତ ୨କୋଟି ୯୧ ଲକ୍ଷ ୮୨ ହଜାର ୧୯୮ ଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

ସେହିପରି ୯ ଲକ୍ଷ ୨୭ ହଜାର ୦୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏତେ ସବୁ ଲୋକଙ୍କ ମୃତ୍ୟୁ ପରେ ତଥାପି ଲୋକେ ସୁଧୁରୁ ନାହାଁନ୍ତି । ସାମାଜିକ ଦୂରତା କିମ୍ବା ମାସ୍କ ପିନ୍ଧିବା ନେଇ ଯେତେ କଟକଣା ଥିଲେ ବି ଲୋକେ ଏହି ସବୁକୁ ମାନୁ ନାହାଁନ୍ତି । ଏଥିପାଇଁ ଇଣ୍ଡୋନେସିଆରେ କଡ଼ା ନିୟମ ଲାଗୁ କରାଯାଇଛି ।

brajil-11

ଇଣ୍ଡୋନେସିଆରେ ଯଦି କେହି ମାସ୍କ ନ ପିନ୍ଧନ୍ତି ତେବେ ତାଙ୍କୁ କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ କବର ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଣ୍ଡୋନେସିଆରେ କରୋନାରେ ମୃତକଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ୁଛି ଯେ କବରର ଅଭାବ ପଡୁଛି । ମୃତକଙ୍କୁ ସଂରକ୍ଷଣ କରି ରଖିବାକୁ ପଡ଼ୁଛି । କବରର ଅଭାବକୁ ପୂରଣ କରିବା ପାଇଁ ସରକାର ଏକ ନୂଆ ନିୟମ କରିଛନ୍ତି ।

ଯେଉଁମାନେ ମାସ୍କ ପିନ୍ଧିବା ନିୟମ ଉଂଲଘନ କରିବେ ସେମାନଙ୍କୁ କବର ଖୋଳିବାକୁ ପଡ଼ିବ । ନିୟମ ଉଂଲଘନକାରୀଙ୍କୁ ଦଣ୍ଡ ମିଳିବା ସହ ଦେଶରେ କବରର ମଧ୍ୟ ଅଭାବ ରହିବ ନାହିଁ ।

Leave A Reply

Your email address will not be published.