ଅସୀମ ରିୟାଜଙ୍କୁ ବଲିଉଡରେ ମିଳିବାକୁ ଯାଉଛି ବଡ ବ୍ରେକ୍‌, ଏହି ଅଭିନେତ୍ରୀଙ୍କ ସହ ଆସିବେ ନଜର

ବିଗ୍‌ ବସ୍‌ ୧୩ ରେ ଅସୀମ ରିୟାଜ ଏହି ସିଜିନ୍‌ ଜିତିବାର ବିଜେତାଙ୍କ ମଧ୍ୟରେ ରହିଛନ୍ତି। ଅସୀମ ବିଗ୍‌ ବସ୍‌ ଘରେ କେବେ ନିଜର ରାଗ ତ କେବେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ନିଜର ଶତ୍ରୁତାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସୂଚନା ମୁତାବକ ଅସୀମ ରିୟାଜଙ୍କୁ ବିଗ୍‌ ବସ୍‌ରେ ଥିବା ସମୟରେ ଏକ ବଡ ବ୍ରେକ୍‌ ମିଳିପାରେ।

asim-ରିପୋର୍ଟ ଅନୁଯାୟୀ ବିଗ୍‌ ବସ୍‌ ଘରେ ଥିବା ଅସୀମ ରିୟାଜ ବଲିଉଡର ଏକ ଫିଲ୍ମ ସାଇନ୍‌ କରିପାରନ୍ତି। ସୂଚନା ମୁତାବକ ନିର୍ଦେଶକ ମହେଶ ଭଟ୍ଟ ନିଜର ଆଗାମୀ ଫିଲ୍ମ ପାଇଁ ଅସୀମ ରିୟାଜଙ୍କୁ ଫାଇନାଲ କରିବେ। ଏହି ଫିଲ୍ମରେ ରିୟାଜଙ୍କ ଅପୋଜିଟରେ ବଲିଉଡର ହଟ୍‌ ଅଭିନେତ୍ରୀ ସନୀ ଲିଓନି ନଜର ଆସିବେ। କିନ୍ତୁ ଏହି ଘଟଣା କେତେ ଦୂର ସତ ଏନେଇ କୌଣସି ସୂଚନା ଜାରି କରାଯାଇନାହିଁ।
ଅସୀମଙ୍କ ପାଇଁ ଏହା ଡେବ୍ୟୁ ଫିଲ୍ମ ନୁହେଁ। ଏହା ପୂର୍ବରୁ ଅସୀମ ବରୁଣ ଧଓ୍ଵନଙ୍କ ଫିଲ୍ମ ‘ମେ ତେରା ହିରୋ’ ରେ ନଜର ଆସିସାରିଛନ୍ତି। କିନ୍ତୁ ଏହି ଫିଲ୍ମରେ ତାଙ୍କର ଅଭିନୟ ଖୁବ୍‌ କମ ଥିଲା।

asimଅସୀମ ରିୟାଜ ପ୍ରଥମରୁ ଜଣେ ଭଲ ମଡେଲ। ସେ ଅନେକ ଗୁଡିଏ ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟ ପାଇଁ ମଧ୍ୟ ମଡେଲିଂ କରିଛନ୍ତି। ସୂଚନା ମୁତାବକ ବିଗ୍‌ ବସ୍‌ ପରେ ସୋସିଆଲ ମିଡିଆରେ ଅସୀମଙ୍କର ଲୋକପ୍ରିୟତା ଅଧିକ ହେବାରେ ଲାଗିଛି।

Leave A Reply

Your email address will not be published.