Odisha News

ଏସିଆ କପରେ ଆଜି ହାଇଭୋଲଟେଜ୍ ମୁକାବିଲା, ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ

ଦୁବାଇ : ସୁପର ସଣ୍ଡେରେ ସୁପର ମୁକାବିଲା । ଏସିଆ କପରେ ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଗତ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲା ପାକିସ୍ତାନ । ସମସ୍ତ ଓ୍ଵିକେଟ୍‌ ହରାଇ ପାକିସ୍ତାନ ମାତ୍ର ୧୬୨ ରନ୍‌ କରିଥିବାବେଳେ ଟିମ୍‌ ଇଣ୍ଡିଆ ମାତ୍ର ୨ ଓ୍ଵିକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା । ଆଜି ମ୍ୟାଚକୁ ନେଇ ସମସ୍ତଙ୍କ ଭିତରେ ଉତ୍କଣ୍ଠା ରହିଛି । କଣ ହେବ ଫଳାଫଳ ?

ind-v-pak-afp

ପୂର୍ବ ମ୍ୟାଚ୍‌ ଜିତି ଭାରତର ମନୋବଳ ସୁଦୃଢ ଥିବାବେଳେ ଭାରତକୁ ହରାଇ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ପାକିସ୍ତାନ । ରେକର୍ଡ କହୁଛି ଏସିଆ କପରେ ଏପର୍ଯ୍ୟନ୍ତ ଭାରତ-ପାକିସ୍ତାନ ୧୩ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ଭାରତ ୭ଟିରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ୫ଟି ମ୍ୟାଚ୍‌ ଜିତିଛି । ସେହିପରି ଏସିଆ କପରେ ସର୍ବାଧିକ ୬ ଥର ଚାମ୍ପିଅନ୍‌ ହେବାର ରେକର୍ଡ ବି ଟିମ୍‌ ଇଣ୍ଡିଆ ନାଁରେ । ଅପରପକ୍ଷରେ ପାକିସ୍ତାନ ମଧ୍ୟ ୨ଥର ଏସିଆ କପ୍‌ ଟାଇଟଲ୍‌ ହାତେଇଛି ।

Leave A Reply

Your email address will not be published.