Sabuthi Sabubele Hata Muthare Khabar

ଆଜିଠୁ ଏସିଆ କପ୍‌ ସୁପର ଫୋର ମୁକାବିଲା

ଦୁବାଇ(କେନ୍ଯୁଜ୍) : ଆଜିଠୁ ଏସିଆ କପ୍‌ ସୁପର ଫୋର ମୁକାବିଲା ଆରମ୍ଭ ହେଉଛି ।  ପ୍ରଥମ ମ୍ୟାଚରେ ବାଲାଂଦେଶକୁ ଭେଟିବ ଟିମ ଇଣ୍ଡିଆ । ଭାରତୀୟ ସମୟ ଅପରାହ୍ନ ୫ଟାରେ ଦୁବାଇ ଇଣ୍ଟର ନ୍ୟାସନାଲ ପଡିଆରେ ଉଭୟ ଦଳ ମୁହାଁ ମୁହିଁ ହେବେ। ଲିଗରେ ଦମଦାର ଖେଳ ପ୍ରଦର୍ଶନ କରିଥିବା ଭାରତ ମ୍ୟାଚ ଜିତିବାକୁ ପୂରା ଦମ ଲଗାଇବ । ତେବେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ମନୀଷ ପାଣ୍ଡେଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରାଯାଇପାରେ ।

matchଲିଗରେ ହଂକଂ ଓ ପାକିସ୍ତାନଠାରୁ ମ୍ୟାଚ୍‌ ଜିତିଥିବା ଟିମ୍‌ ଇଣ୍ଡିଆର ମନବଳ ଦୃଢ ଅଛି । ବାଂଲାଦେଶକୁ ହରାଇ ସିରିଜରେ ଅପରାଜୟ ରହିବାକୁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ସେପଟେ ଦମଦାର ଫର୍ମରେ ଅଛି ବାଂଲାଂ ବାହିନୀ । ତେଣୁ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ବୋଲି କ୍ରିକେଟ ବିଶେଷଜ୍ଞ ଆଶା ରଖିଛନ୍ତି ।

Leave A Reply

Your email address will not be published.