Odisha News
.

ଆଫଗାନିସ୍ତାନରେ ସୁରକ୍ଷାବଳକୁ ବଡ଼ ସଫଳତା, ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଉମର ନିହତ

ଆଫଗାନିସ୍ତାନରେ ସୁରକ୍ଷା ବଳକୁ ବଡ଼ ସଫଳତା । ଆଫଗାନିସ୍ତାନ ଓ ଆମେରିକା ସେନାର ମିଳିତ ଅପରେସନ୍‌ରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଆସିମ ଉମର ନିହତ ହୋଇଛି । ସମାଚାର ଏଜେନ୍ସି ଏଏଫ୍‌ପି ଅନୁସାରେ ଆସିମ ଉମର ପାକିସ୍ତାନୀ ନାଗରିକ । ଆସିମ ସହିତ ଭାରତୀୟ ଉପମହାଦୀପର ୬ ଆତଙ୍କବାଦୀ ମଧ୍ୟ ଆତଙ୍କୀ ବିରୋଧୀ ଅପରେସନ୍‌ରେ ପ୍ରାଣ ହରାଇଛନ୍ତି । ଆସିମ ଉମର ସେପ୍ଟେମ୍ବର ୨୩ରେ ପ୍ରାଣ ହରାଇଥିବା ନେଇ ଗତକାଲି ସୂଚନା ମିଳିଛି । ୨୦୧୪ରେ ଆସିମ ଉମର ଭାରତୀୟ ଉପମହାଦୀପର ଅଲକାଏଦା ମୁଖ୍ୟ କରାଯାଇଥିଲା । ଆସିମ ଭାରତ ପାଇଁ ବଡ଼ ବିପଦ ଥିଲା ।

Leave A Reply

Your email address will not be published.