ସାବଧାନ ଗାଡ଼ି ଚାଳକ ! ଆଜିଠୁ ଆରମ୍ଭ ହେଉଛି ‘ଶୂନ୍ୟ ମୃତ୍ୟୁ ସପ୍ତାହ’

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ସାତ ଦିନ ଭିତରେ ରାଜ୍ୟରେ ଗୋଟିଏ ବି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହେବନି । ଏଥିପାଇଁ ଆଜିଠୁ ଆରମ୍ଭ ହେବ ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ (ଜିରୋ ଫଟାଲିଟି ଉଇକ୍‌) । ଏହି ଅଭିଯାନ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପ୍ରତ୍ୟେକ ବିଭାଗକୁ ସଜାଗ…

ଶୂନ୍ୟ ମୃତ୍ୟୁ ସପ୍ତାହ ଆରମ୍ଭରୁ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା କାର୍; ଜଣେ ମୃତ ୪ଗୁରୁତର

ଭଦ୍ରକ (କେନ୍ୟୁଜ): ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ସଡ଼କ ଦୁର୍ଘଟଣା । ହାଇୱାକୁ କାର ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୋବଲ ଉରୁସ ଉତ୍ସବକୁ କାରରେ ଯାଉଥିବା ବେଳେ…

ନୂଆ ତେଲ ରେଟ ଜାରି; ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା କେତେ ଟଙ୍କାରେ ମିଳୁଛି ଜାଣନ୍ତୁ

ଭୁବନେଶ୍ୱରରେ ଆଜି ତୈଳ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କେତେ ରହିଛି ଆସନ୍ତୁ ନଜର ପକାଇବା । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର…

ସୁନା ଦରରେ ଆସିଲା କିଛିଟା ପରିବର୍ତ୍ତନ, ନଜର ପକାନ୍ତୁ ଆଜି କେତେ ରହିଛି ଦର

ସୁନା କିଣିବାକୁ ମନ ବଳାଇଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନାଦର। ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ । ଆଜି ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜିବି କିଛିଟା ବଢିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର…

IND Vs SA: ଦଳକୁ ଫେରିଲେ ରୋହିତ ଶର୍ମା, ଟିମ୍ ଇଣ୍ଡିଆକୁ ମିଳିଲା ୩ ଅଧିନାୟକ

ରୋହିତ ଶର୍ମା କେବଳ ଟେଷ୍ଟ କ୍ୟାପଟେନ। ଦ.ଆଫ୍ରିକା ବିରୋଧ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଟିମ୍। ଟେଷ୍ଟରେ ରୋହିତ ଶର୍ମା ଅଧିନାୟକ ଥିବା ବେଳେ ଟି-ଟ୍ବେଣ୍ଟି ପାଇଁ ଅଧିନାୟକ ଅଛନ୍ତି ସୂର୍ଯ୍ୟକୁମାର ଯାଦ। ଦିନିକିଆରେ ଅଧିନାୟକ ହୋଇଛନ୍ତି କେ ଏଲ…

ଆଜି ଘରକୁ ଫେରିବେ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକ, ଅପେକ୍ଷାରେ ପରିବାର

(କେନ୍ୟୁଜ): ଆଜି ଓଡ଼ିଶା ଫେରିବେ ୪ ଶ୍ରମବୀର। ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଆଜି ଓଡ଼ିଶା ଫେରିବେ । ଏମାନେ ହେଲେ ମୟୂରଭଞ୍ଜ ତିରିଂ ଥାନା କୁଳଡିହା ଗାଁର ରାଜୁ ନାଏକ, ବାଙ୍ଗିରିପୋଷି ବ୍ଲକ ବେଢାକୁରା ଗାଁର ଧୀରେନ ନାଏକ ଯୋଗୀବନ୍ଧ…

ଅବପାତର ରୂପ ନେଇନି ଲଘୁଚାପ, ବିଳମ୍ବରେ ସୃଷ୍ଟି ହେବ ବାତ୍ୟା; ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର (କେନ୍ୟୁଜ): ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ବାତ୍ୟା ପ୍ରକ୍ରିୟା ବିଳମ୍ବ ହେବ । ବର୍ତ୍ତମାନ ଲଘୁଚାପ ଅବପାତରେ ପରିଣତ ହୋଇ ନାହିଁ । ତେଣୁ ପୂର୍ବରୁ ଆକଳନ କରାଯାଇଥିବା ତାରିଖ ତୁଳନାରେ ଅବପାତ ଓ ବାତ୍ୟା ସୃଷ୍ଟି ପାଇଁ ଅଧିକ ସମୟ ଲାଗୁଛି । ପାଣିପାଗ କେନ୍ଦ୍ରର ସୂଚନା…

ଅଧାରେ ରହିଗଲା ତାରିଣୀ ଦର୍ଶନ: ଟ୍ରକକୁ ପିଟିଲା ଭ୍ୟାନ୍, ୮ ମୃତ

ଘଟଗାଁ (କେନ୍ୟୁଜ): ମା ତାରିଣୀଙ୍କୁ ଦର୍ଶନ କରିବେ , ସକାଳୁ ସକାଳୁ ଆଶୀର୍ବାଦ ନେବେ । ଏଇ ଆଶା ନେଇ ଆସିଥିଲେ । ହେଲେ କ୍ଷଣିକରେ ପାଣି ଫୋଟକା ପରି ମିଳାଇଗଲା ମନର ଆଶା । ଅଧାରେ ରହିଗଲା ତାରିଣୀ ଦର୍ଶନ। ମନ୍ଦିର ପହଞ୍ଚିବାକୁ ମାତ୍ର ୪ କିଲୋମିଟର ବାକି ଥିଲା, ହେଲେ ଚାଲିଗଲା ଜୀବନ।…

ଓଡ଼ିଶା ଜଙ୍ଗଲରେ ଦେଖାଦେଲା ବିରଳ କଳା ବାଘ

(କେନ୍ୟୁଜ): ଓଡ଼ିଶା ଜଙ୍ଗଲରେ କଳା ବାଘ । ରାଜ୍ୟ ପାଇଁ ବେଶ ଉତ୍ସାହଜନକ ଘଟଣା। କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ ଠାବ ହୋଇଛି କଳା ବାଘ। ଏବେ ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ କ୍ୟାମେରା ଲେନ୍ସରେ କଏଦ ହୋଇଛି ଏହି ବିରଳ ପ୍ରଜାତିର ବାଘ। ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପିସିସିଏଫ…

ଛାଡ଼ଖାଇରେ ଅଭିନବ ଘୋଟାଲା, ନକଲି ନୋଟ ଧରାଇ ଛେଳି ନେଇ ଛୁ ମାରିଲେ ମାଉଁସ ଚୋର

ଖୋର୍ଦ୍ଧା (କେନ୍ୟୁଜ): ଗରିବ ବୃଦ୍ଧଙ୍କୁ ୯ ହଜାର ଟଙ୍କା ଠକି ନେଲେ ଦୁର୍ବୃତ୍ତ। ଛାଡ଼ଖାଇରେ ୯ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଦେଇ ଛେଳି ନେଇଗଲେ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବେଗୁଅନିଆ ବ୍ଲକ ହଜ୍ ଗ୍ରାମରେ। ଅଭିଯୋଗ ଅନୁଯାୟୀ ହଜ ଗାଁ ଆଦିବାସୀ ସାହିର ୭୦ ବର୍ଷର ବୃଦ୍ଧ…

ବସ୍ ଧର୍ମଘଟ୍ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର (କେନ୍ୟୁଜ): ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ। ଆଜି ପରିବହନ ମନ୍ତ୍ରୀଙ୍କ ଅଧକ୍ଷତରେ ସଚିବାଳୟରେ ଏକ ବୈଠକ ବସିଥିଲା । ଯେଉଁଥିରେ ଘରୋଇ ବସ୍ ମାଲିକ ସଂଘର ଦାବୀକୁ ନେଇ ଆଲୋଚନା ହୋଇଥିଲା । ଲକ୍ଷ୍ମୀ ବସ୍ ଗୁଡିକ ବ୍ଲକରୁ ଜିଲ୍ଲାକୁ ଚଲା ନଯିବା ଦାବୀକୁ ସରକାର ମାନି…

ଦିନ ଦ୍ଵିପ୍ରହରରେ ଲୁଟ୍ , ଘରେ କେହି ନଥିବା ଦେଖି ଲୁଟି ନେଲେ ୬୦ ଭରି ସୁନା

କେନ୍ଦୁଝର (କେନ୍ୟୁଜ): ୬୦ ଭରି ସୁନା ଲୁଟ୍ । ଦିନ ଦ୍ଵିପ୍ରହରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଟହରିଚନ୍ଦନପୁର ଗାଁର ରମାକାନ୍ତ ସାହୁଙ୍କ ଘରୁ ଲୁଟ୍ ହୋଇଛି। ରମାକାନ୍ତ ଆଜି ପରିବାର ସହ ମା ତାରିଣୀଙ୍କ ଦର୍ଶନ…