ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା: ମନମୋହୁଛି ସୁଦୃଶ୍ୟ ତୋରଣ

କେନ୍ୟୁଜ୍(ବ୍ୟୁରୋ):ମାଆଙ୍କ ଆଗମନରେ ଚଳଚଞ୍ଚଳ ପୁରପଲ୍ଲୀ। ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା। ଘଣ୍ଟ, ଘଣ୍ଟି ଓ ଶଙ୍ଖଧ୍ୱିନରେ ପ୍ରକମ୍ପିତ ହେଉଛି ପରିବେଶ। ବ୍ରାହ୍ଣଣଙ୍କ ମନ୍ତ୍ରଉଚ୍ଚାରଣରେ କମ୍ପୁଛି ମଣ୍ଡପ। ସୁନା, ରୂପା ମେଢରେ ଶୋଭା ପାଉଛନ୍ତି ମାଆ।…

ଭାରତୀୟ ବାସୁସେନା ପାଇଁ ଆଜି ଐତିହାସିକ ଦିନ: ସାମିଲ ହେବ ହାଲୁକା ଲଢୁଆ ହେଲିକପ୍ଟର LCH

କେନ୍ୟୁଜ୍(ବ୍ୟୁରୋ): ଆଜି ଭାରତୀୟ ବାୟୁସେନା ପାଇଁ ଐତିହାସିକ ଦିନ । ବଢ଼ିବ ସେନାର ଶକ୍ତି । ବାୟୁସେନାରେ ସାମିଲ ହେବ ପ୍ରଥମ ବ୍ୟାଚ୍‌ ଲାଇଟ୍‌ କମ୍ବାଟ ହେଲିକପ୍ଟର-LCH । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ହାଲୁକା ଲଢୁଆ ହେଲିକପ୍ଟର । ଏଥିରୁ ମିସାଇଲ ଓ ଅନ୍ୟ…

ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବୁଜିଲେ ଆଖି

ଭୁବନେଶ୍ବର(କେନ୍ୟୁଜ୍): ସକାଳୁ ସକାଳୁ ଦୁଃଖଦ ଖବର !  ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଳୟ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।…

ପୂର୍ବାଞ୍ଚଳର ସବୁଠାରୁ ସ୍ବଚ୍ଛ ସହର ଯାଜପୁର, ଦିଲ୍ଲୀରେ ମିଳିଲା ପୁରସ୍କାର

ଯାଜପୁର ଟାଉନ(କେନ୍ୟୁଜ୍): ସ୍ବଛତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଯାଜପୁର ଜିଲ୍ଲାକୁ ମିଳିଛି ସ୍ଵଛତା ପୁରସ୍କାର। ଆଜି ନୂଆଦିଲ୍ଲୀ ରେ ଆୟୋଜିତ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବ ରେ ଯାଜପୁର ଜିଲ୍ଲାକୁ ପୁରସ୍କୃତ କରାଯାଇଛି। ସ୍ୱଚ୍ଛ ସର୍ଭେକ୍ଷଣ ଗ୍ରାମୀଣ ମିଶନ ୨୦୨୨ର…

ପିଲା କଳିକୁ କେନ୍ଦ୍ରକରି ଯୁବକର ଉନ୍ମତ୍ତ କାଣ୍ଡ: ଭଙ୍ଗା ମଦ ବୋତଲ ଧରି ଦୁଇ ଜଣଙ୍କୁ ଆକ୍ରମଣ

ଭଞ୍ଜନଗର(କେନ୍ୟୁଜ୍): ଗାଁ ଦାଣ୍ଡରେ ଯୁବକର ଉନ୍ମତ୍ତ କାଣ୍ଡ । ଭଙ୍ଗା ମଦ ବୋତଲ ଧରି ଦୁଇ ଜଣଙ୍କୁ ଆକ୍ରମଣ । ଘଟଣାସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ପୋଲସରା ଥାନା ଚିରିକିପଡାଶାସନ ଗାଁ ନିକଟରେ ଘଟିଛି ଏଭଳି ଘଟଣା ।…

ସାଉଥ ଆଫ୍ରିକା ଆଗରେ ୨୩୮ ରନର ଟାର୍ଗେଟ,ପ୍ରଥମ ବ୍ୟାଟିଂ କରି ଭାରତ ୩ ଓ୍ଵିକେଟରେ ୨୩୭ ରନ

କେନ୍ୟୁଜ୍(ବ୍ୟୁରୋ):ସାଉଥ ଆଫ୍ରିକା ଆଗରେ ଭାରତ ରଖିଲା ବିଶାଳ ସ୍କୋର । ଦ୍ୱିତୀୟ ଟି ୨୦ରେ ସାଉଥ ଆଫ୍ରିକା ଆଗରେ ୨୩୮ ରନର ଟାର୍ଗେଟ । ପ୍ରଥମ ବ୍ୟାଟିଂ କରି ଭାରତ ୩ ଓ୍ଵିକେଟ ହରାଇ କରିଛି ୨୩୭ ରନ । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଇନିଂସ । ମାତ୍ର ୧୮ ବଲରେ କଲେ ଅର୍ଦ୍ଧଶତକ ।…

ପାର୍ବଣ ବେଳେ ରାଜଧାନୀବାସୀ ସତର୍କ ରୁହିବାକୁ ଡିସିପିଙ୍କ ପରାମର୍ଶ: ସତର୍କ ରୁହନ୍ତୁ, ନିରାପଦ ରୁହନ୍ତୁ

ଭୁବନେଶ୍ବର(କେନ୍ୟୁଜ୍):ପାର୍ବଣ ବେଳେ ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଭୁବନେଶ୍ୱର ଡିପିସି ପ୍ରତୀକ ସିଂ। ରାଜଧାନୀବାସୀ ଦଶହରାରେ ବାହାରକୁ ଗଲେ କିମ୍ବା ମେଢ ବୁଲିବାକୁ ଗଲେ ଘରକୁ କାହାର ଦାୟିତ୍ୱରେ ଛାଡ଼ି ଯିବାକୁ ପରାମର୍ଶ ଦେଇଛନ୍ତି। ଅଧିକ ଦିନ ପାଇଁ ବାହାରକୁ ଗଲେ…

ଗାନ୍ଧୀଗିରୀକୁ ମନେ ପକାଇଲେ ବିଲିଉଡ ଷ୍ଟାର ସଞ୍ଜୟ ଦତ୍ତ, ମଜାଦାର ଭିଡିଓ ପୋଷ୍ଟ କରି ଫ୍ୟାନଙ୍କୁ ଜଣାଇଲେ ଶୁଭେଚ୍ଛା

କେନ୍ୟୁଜ୍(ବ୍ୟୁରୋ): ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଗିରୀକୁ ମନେ ପକାଇଛନ୍ତି ବିଲିଉଡ ଷ୍ଟାର ସଞ୍ଜୟ ଦତ୍ତ । ମଜାଦାର ଭିଡିଓ ପୋଷ୍ଟ କରି ଫ୍ୟାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବହୁଚର୍ଚ୍ଚିତ ମୁଭି ‘ଲଗେ ରହୋ ମୁନ୍ନା ଭାଇ’ର ଭିଡିଓ କ୍ଲିପ ପୋଷ୍ଟ କରିଛନ୍ତି । ଫିଲ୍ମରେ ସଞ୍ଜୁ ବାବା ଭିନ୍ନ…

ରୋଗୀ ପହଂଚିବା ପୂର୍ବରୁ ଡାକ୍ତରଖାନାକୁ ସୂଚନା ଦେବ ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ, ଜାଣନ୍ତୁ କେମିତି କରିବ କାମ

କେନ୍ୟୁଜ୍(ବ୍ୟୁରୋ): ରୋଗୀ ପହଂଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ । ଇଣ୍ଡିଆ ମୋବାଇଲ୍‌ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏହି ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି । ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା…

ଇଆନ ପ୍ରଳୟ ନେଇ ମୋଦିଙ୍କ ଶୋକ: ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଜଣାଇଲେ ସମବେଦନା

କେନ୍ୟୁଜ୍(ବ୍ୟୁରୋ): ଆମେରିକାର ଫ୍ଲୋରିଡ଼ା ଉପକୂଳରେ ତାଣ୍ଡବ ରଚିଛି ହରିକେନ ଇଆନ। ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ୪୭ଜଣଙ୍କ ଜୀବନ ଯାଇଛି। ଛାରଖାର ହୋଇଛି ଫ୍ଲୋରିଡ଼ା। ଏଥିରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୀବନହାନି ଓ ପ୍ରଭୂତ କ୍ଷୟକ୍ଷତି ନେଇ ଆମେରିକା…

ହଜାରିବାଗ ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା…

କେନ୍ୟୁଜ୍(ବ୍ୟୁରୋ): ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡର ହଜାରିବାଗର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ…

ଖ୍ୟାତି ଆଣିଲା କୋଣାର୍କ ଚକ୍ର: ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକର ଲୋଗୋରେ ପାଇଲା ସ୍ଥାନ

କେନ୍ୟୁଜ୍(ବ୍ୟୁରୋ): ଖ୍ୟାତି ଆଣିଲା କୋଣାର୍କ ଚକ୍ର। ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକର ଲୋଗୋରେ ସ୍ଥାନ ପାଇଛି କୋଣାର୍କ ଚକ୍ର। ଲୋଗୋର କେନ୍ଦ୍ରରେ ରହିଛି କୋଣାର୍କ ଚକ୍ର। ଅକ୍ଟୋବର ୧୮ରୁ ୨୧ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବ ଇଣ୍ଟରପୋଲର ୯୦ତମ ସାଧାରଣ ବୈଠକ। ଇଣ୍ଟରପୋଲ…