ସ୍ଥିର ଅଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେଉଁଠି କେତେ ରହିଛି

ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି  । ଭୁବନେଶ୍ବରରେ ପେଟ୍ରୋଲ ଦର  ୧୦୧ ଟଙ୍କା ୦୬ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସାକୁ ହ୍ରାସ ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ ପାଇଥିବା…

ଆଜିଠୁ ଆହୁରି ବଢ଼ିବ ତାତି, ଆସନ୍ତା ୨୧ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର : ତତଲା ତାୱାରେ ସାରା ଓଡ଼ିଶା। ସକାଳ ୯ଟା ବେଳକୁ ଆକାଶରୁ ହେଉଛି ଅଗ୍ନିବର୍ଷା। ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆଜିଠୁ ଆହୁରି ବଢ଼ିବ ତାତି। କିଛି ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ । ଦୁଇ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା। ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିପାରିବେ । ୨୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ୨୯ ତାରିଖ ରହିଛି ପ୍ରାର୍ଥିପତ୍ର…

ଆଜିଠୁ ତିନି ଦିନ ସ୍କୁଲ ଛୁଟି, ଖରାକୁ ଦୃଷ୍ଟିରେ ରଖି ଘୋଷଣା

ଭୁବନେଶ୍ୱର : ଆଜିଠୁ ତିନି ଦିନ ସ୍କୁଲ ଛୁଟି। ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ୨୦ ତାରିଖ ଯାଏ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ, ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ଧରି ରାଜ୍ୟରେ…

ବଜ୍ରପାତରେ କେନ୍ଦ୍ରାପଡା ଜିଲ୍ଲାରେ ୫ ମୃତ

ଆଳି/ କେନ୍ଦ୍ରାପଡା: ଆଜି କାଳବୈଶାଖୀ ଜନିତ ବଜ୍ରପାତରେ କେନ୍ଦ୍ରାପଡା ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଶାଳିଅଞ୍ଚ ଗ୍ରାମରେ ଆଜି ଅପରାହ୍ନ ୫ ଟା ସମୟରେ ହଠାତ୍ କଳାହାଣ୍ଡିଆ ମେଘ ଉଠାଇବା ସହିତ କାଳବୈଶାଖୀର ପ୍ରକୋପ ବୃଦ୍ଧି ପାଇଥିଲା। ବିନା…

ଘାଟିରେ ଓଲଟିଲା ଅଟୋ, ୨୦ ଆହତ

ବ୍ରହ୍ମପୁର : ଘାଟିରେ ଓଲଟିଲା ଅଟୋ। ଡାଲା ଅଟୋ ଓଲଟି ୨୦ ଆହତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ବରୀ ଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶେରଗଡ଼ ନିକଟସ୍ଥ କରଡ଼ାକଣାରୁ କିଛି ଗ୍ରାମବାସୀ ଆସି ବାଙ୍କେଶ୍ୱରୀରେ ମାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।…

ଏନକାଉଣ୍ଟରରେ ଟଳିଲେ ୨୯ ମାଓବାଦୀ, ଏକେ ୪୭, କାର୍ବାଇନ ଓ ୩୦୩ ରାଇଫଲ୍ସ ଜବତ

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ । ଟଳିଲେ ୨୯ ମାଓବାଦୀ । ମୃତକଙ୍କ ଭିତରେ ଟପ୍ କମାଣ୍ଡର ଥିବା ସୂଚନା ମିଳିଛି । କାଙ୍କେର ଜିଲ୍ଲା ଛୋଟେବେଠିୟା ଥାନା କଲପର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ ।…

ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ, ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା

ପୁରୀ : ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି । ମେ ୧୦ରେ ପବିତ୍ର ଅକ୍ଷୟ ତୃତୀୟା, ଜୁନ୍ ୨୨ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା, ଜୁଲାଇ ୧୫ରେ ବାହୁଡା ଓ ୧୭ ରେ ପବିତ୍ର ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ…

ଦୁଇ ମହଲାରୁ ଡେଇଁଲା ଅଭିଯୁକ୍ତ, ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡା : ଜିଲ୍ଲା ଦୌରା ଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲା ଅଭିଯୁକ୍ତ । ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ ଅଦାଲତର ୨ୟ ମହଲାରୁ ଜଣେ ଅଭିଯୁକ୍ତ ପାଟିତୁଣ୍ଡ ସହ ତଳକୁ ଡେଇଁ ପଡି ମୃତ୍ୟୁ ଉଦ୍ୟମ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଗତ ନଭେମ୍ବର 2023 ରେ ଏକ  ପକ୍ସୋ  ମାମଲାରେ ଗିରଫ…

ନିର୍ମାଣାଧୀନ ଘରର ଛାତ ଖୋଲିଲା ବେଳେ ଖସି ପଡ଼ିଲା ସେଣ୍ଟ୍ରିଙ୍ଗ୍, ଜଣେ ଶ୍ରମିକଙ୍କ ମୃତ୍ୟୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିର୍ମାଣାଧୀନ ଘରର ଛାତ ଖୋଲିଲା ବେଳେ ସେଣ୍ଟ୍ରିଙ୍ଗ୍ ପଡ଼ି ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଚାରି ଜଣ ଆହାତ ହୋଇଛନ୍ତି  । ୫ ଜଣ ଶ୍ରମିକ ଏକ ଘର ଛାତର ସେଣ୍ଟ୍ରିଙ୍ଗ୍…

ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ, ୨୨ ବନ୍ଧୁକ ଜବତ ଓ ୩ ଗିରଫ

ସମ୍ବଲପୁର : ସମ୍ବଲପୁର ପୋଲିସକୁ ମିଳିଛି ବଡ ସଫଳତା । ସମ୍ବଲପୁର ପୋଲିସ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିବା କାରଖାନା ଉପରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଜମନକିରା ପୋଲିସ ପକ୍ଷରୁ ବଡରମା ଘାଟି ଓ ବାସୁପାଲି ଠାରେ ଚଢ଼ାଉ କରି…

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି ପାଳିତ

ପୁରୀ : ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ । ଶ୍ରୀମନ୍ଦିରରେ ଶ୍ରୀଲୋକନାଥଙ୍କ ଅଶୋକାଷ୍ଟମୀ ନୀତି ପାଳିତ ହୋଇଛି । ଶ୍ରୀଲୋକନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ। ମହାପ୍ରଭୁଙ୍କ ଭଣ୍ଡାର ଗୃହରେ ଲୋକନାଥଙ୍କ ଚଳନ୍ତି ପ୍ରତିମା ପୂଜା ପାଇଥାନ୍ତି। ମହାପ୍ରଭୁଙ୍କ ସକାଳ ଧୂପ ପରେ…