କାଲି ଯାଆଁଳା ପୁଅ ଜନ୍ମ ଦେଲେ ହେଲେ ଆଜି ଆରପାରିକୁ ଚାଲିଗଲେ

ଭୁବନେଶ୍ୱର: ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ । ଅସହ୍ୟ ଗରମ ଗୁଳୁଗୁଳି ଭିତରେ ଆମେ ଥିଲୁ କ୍ୟାପିଟାଲ ହସ୍ପିଟାଲ ପରିସରରେ । ଦେଖିଲୁ ଗୋଟିଏ ଜାଗାରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି l କାନ୍ଦ ବୋବାଳିରେ ଫାଟି ପଡୁଥାଏ ମେଡିକାଲ ପରିସର l ଯୁଆଡେ ଚାହିଁବ ସେଇଠି ଦେଖିବ କିଏ ଆଖି ଲୁହ ପୋଛୁଛି ତ…

ଯାଞ୍ଚ ସମୟରେ ଗାଡ଼ି ଭିତରୁ ୧୦ ଲକ୍ଷ ଟଙ୍କା ଜବତ

ବରଗଡ଼ (କେନ୍ୟୁଜ୍‌): ଗାଡ଼ି ଭିତରୁ ୧୦ ଲକ୍ଷ ଟଙ୍କା ଜବତ । ବରଗଡ଼ ପୋଲିସ ପକ୍ଷରୁ ହଳଦୀପାଲି ଛକ ଠାରେ ଯାଞ୍ଚ ସମୟରେ ଧରାପଡିଲା ୧୦ ଲକ୍ଷ ଟଙ୍କା । ବରପାଲିରୁ ସମ୍ବଲପୁର ଯାଉଥିବା ଏକ ଗାଡ଼ିରୁ ଧରାପଡିଲା ୧୦ ଲକ୍ଷ ଟଙ୍କା । ପୋଲିସ ଟଙ୍କା ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ : କାଲି ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର(କେନ୍ୟୁଜ୍‌): ୨୦୨୪ ସାଧାରଣ ନିର୍ବାଚନ ପାଇଁ କାଲି ପ୍ରଥମ ପର୍ଯ୍ୟାୟ ମତଦାନ । ୧୦୨ଟି ଆସନରେ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିବେ ୧୬କୋଟି ୬୩ ଲକ୍ଷ ଭୋଟର । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ପୋଲିଂ । ଏକଲକ୍ଷ ୮୭ ହଜାର ପୋଲିଂ ବୁଥରେ ନିର୍ବାଚନ ପରିଚାଳନାରେ ନିୟୋଜିତ…

ହେବ କି ବର୍ଷା-ଅନୁଭବ ଫାଇଟ୍ !

ଭୁବନେଶ୍ୱର(କେନ୍ୟୁଜ୍‌): ହେବ କି ବର୍ଷା-ଅନୁଭବ ଫାଇଟ୍ । ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ତେବେ ତାଙ୍କୁ ଏଯାଏ ଦଳ କେଉଁଠୁ ପ୍ରାର୍ଥୀ କରି ନାହିଁ । ଆଜି ବର୍ଷା ପ୍ରିୟଦର୍ଶିନୀ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ସସ୍ମିତ…

ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର, ଦିନ ୨ଟା ୩୦ ସୁଦ୍ଧା ୪୩.୦୬ ଡିଗ୍ରୀ ତାପମାତ୍ରା ରେକର୍ଡ଼

ଭୁବନେଶ୍ୱର(କେନ୍ୟୁଜ୍‌): ସାରା ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ୪୩.୦୬ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡ଼ାର ତାପମାତ୍ରା ୪୨.୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରର ତାପମାତ୍ରା ୪୨.୦୨ ଡିଗ୍ରୀ ସେଲସିୟସ ରହିଛି । ସେହିପରି ସମ୍ୱଲପୁରରେ ପାରଦ…

ମୁକୁଳା ଡ୍ରେନ୍‌ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ(କେନ୍ୟୁଜ୍‌) : ଡିଏଜି କଲୋନୀ ସାମ୍ନା ଖୋଲା ଡ୍ରେନରୁ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ। ସୁଚନା ମୁତାବିକ୍‌, ସମୁଦ୍ର କୁଳ ଥାନା ଅଧୀନସ୍ଥ ପେଣ୍ଠକଟା ଡିଏଜି କଲୋନୀ ସାମ୍ନା…

IIM ଛାତ୍ରମାନଙ୍କ ଅଭିନବ ପ୍ରୟାସ, ତିଆରି କଲେଏୟାର୍‌ କଣ୍ଡିସନ୍‌ ହେଲ୍‌ମେଟ୍‌ 

ଦିନକୁ ଦିନ ଅସହ୍ୟ ହେଉଛି ତାତି । ରୌଦ୍ରଙ୍କ ଉତ୍ତାପ ସମଗ୍ର ଦେଶବାସୀଙ୍କୁ କଲବଲ କରୁଛି । ଟକମକ୍‌ ତାତିରେ ଫୁଟୁଛି ସାରା ଦେଶ । ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁଥିବା ବେଳେ ଏନେଇ ଲୋକେ ବାହାରକୁ ବାହାରିବା ପାଇଁ ଡରୁଛନ୍ତି । ତେବେ ଏହି ଖରା…

କିଟ୍ ଓ କିସ୍ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର(କେନ୍ୟୁଜ୍‌): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ କିଟ୍ ଓ କିସ୍ ପକ୍ଷରୁ ଆଜି ପାଳନ କରାଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସ୍ବର୍ଗତ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ବିଜ୍ଞପ୍ତି ପ୍ରକାଶ ପାଇବ

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ଆରମ୍ଭ ହେବ ନାମାଙ୍କନ ଦାଖଲ । ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିପାରିବେ । ୨୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ୨୯ ତାରିଖ ରହିଛି…

ଦୁବାଇରେ ହୋଇଥିଲା କ୍ଲାଉଡ୍‌ ସିଡିଂ, ଭୁଲ୍‌ ଆକଳନ ଯୋଗୁଁ ବର୍ଷାରେ ବୁଡ଼ିଲା ଦୁବାଇ

ଦୁଇ ବର୍ଷର ବର୍ଷା ଗୋଟିଏ ଦିନରେ । ଯେଉଁ କାରଣରୁ ରାସ୍ତା ନଦୀରେ ପରିଣତ ହୋଇଥିଲା ଏବଂ ଘରଗୁଡିକ ଜଳବନ୍ଦୀ ହୋଇଯାଇଥିଲା । ଏଭଳି ସ୍ଥିତିକୁ ଆପଣ କେବେ କଳ୍ପନା କରି ପାରିବେ ନାହିଁ । ପ୍ରବଳ ବର୍ଷା ହେତୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ଜଳମଗ୍ନ ହୋଇଯାଇଥିଲା, ଯେଉଁଥିପାଇଁ ଏହା…

ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ

ପୁରୀ (କେନ୍ୟୁଜ୍‌): ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ । ଏ ନେଇ ମହିଳା ଶ୍ରମିକଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତେଲା ଦେଲେ ମହିଳା ଶ୍ରମିକ ପୂର୍ଣ୍ଣିମା ବେହେରା । ଦକ୍ଷିଣ ଦ୍ୱାର ଗୁମୁଟ ମରାମତି ସହ ଓ ରୋଷ ଶାଳାର ପାଖରେ କାର୍ଯ୍ୟ ଚାଲୁଥିବା ବେଳେ ମହିଳା…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁକୂଳ ହୋଇଛି ରଥ କାଠ ଚିରଟ

କଟକ (କେନ୍ୟୁଜ୍‌): ପବିତ୍ର ରାମନବମୀରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ଅନୁକୂଳ ହୋଇଛି ରଥ କାଠ ଚିରଟ । କଟକ ଖପୁରୀଆ ସ୍ଥିତ କରତ କଳରେ ପୁରୀ ଶ୍ରୀମନ୍ଦିରରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଆସି କଟକରେ ପହଞ୍ଚି ଥିଲେ। ରଥ…