ରାଶିଫଳ: ଜାଣନ୍ତୁ ଆଜି କେଉଁ ରାଶିଙ୍କର କିପରି କଟିବ ଦିନ

ମେଷ: ଆପଣଙ୍କ ଆୟ ବଢ଼ିପାରେ । ଚାକିରିଆମାନେ କିଛି ପାର୍ଟ ଟାଇମ୍ କାମ କରିବାକୁ ଯୋଜନା କରିପାରନ୍ତି । ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ବଢ଼ିବ । ବୃଷ: ଆଜି ଆପଣଙ୍କ ପ୍ରତି ସମ୍ମାନ ବଢ଼ିବ । ଆପଣ ଆଚରଣ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିବେ । ପରିବାର ସଦସ୍ୟଙ୍କ ସହିତ ଧାର୍ମିକ…

ହେମା ମାଳିନୀଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗ କଠୋର, ସୁରଜେୱାଲା ଓ ଖରଗେଙ୍କୁ ନୋଟିସ୍‌

ମଥୁରା ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ସମସ୍ୟା ଥମୁନାହିଁ । ବର୍ତ୍ତମାନ ନିର୍ବାଚନ ଆୟୋଗ ହେମାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହା ବ୍ୟତୀତ ଆୟୋଗ…

ଉତ୍ତର ପ୍ରଦେଶ: ଟ୍ରକ୍‌ ସହ ଧକ୍କା ହୋଇ ଓଲଟିଲା ଶ୍ରଦ୍ଧାଳୁଙ୍କ ବସ୍‌, ୩ ମୃତ; ୧୦ ଆହତ

ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ହଥିଗଓ୍ଵାଁ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍‌ ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ପରେ ବସ୍‌ଟି ଓଲଟି ପଡ଼ିବାରୁ ଜଣେ କିଶୋରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି…

ସିଙ୍ଗଡ଼ା ଖାଉ ଖାଉ ଉଡ଼ିଲା କର୍ମଚାରୀଙ୍କ ହୋଶ୍‌, ଆଳୁ ଜାଗାରେ ବାହାରିଲା କଣ୍ଡୋମ୍‌, ଗୁଟ୍‌ଖା ଓ ଗୋଡ଼ି

ସିଙ୍ଗଡ଼ା ଭିତରେ କଣ୍ଡୋମ୍‌ । ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ । ମହାରାଷ୍ଟ୍ରର ପୁଣେରୁ ଏଭଳି ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ପିମ୍ପରି ଚିଞ୍ଚଓ୍ଵାଡରେ ଏକ ପ୍ରମୁଖ ଅଟୋ କମ୍ପାନୀକୁ ସପ୍ଲାଏ ହୋଇଥିବା ସିଙ୍ଗଡ଼ାରେ ବାହାରିଛି କଣ୍ଡୋମ୍‌, ଗୁଟ୍‌ଖା ଓ ଗୋଡ଼ି । ଘଟଣା…

ନକ୍ସଲ ଆଦେଶ ପରେ ୨୧ ବର୍ଷ ଧରି ବନ୍ଦ ପଡ଼ିଥିଲା ରାମ ମନ୍ଦିର, ସଫାସୁତରା କରି ପୂଜାପାଠ ଆରମ୍ଭ କଲେ CRPF ଯବାନ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନଙ୍କୁ ୫୦୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ଏମିତି ହିଁ ନକ୍ସଲ ପ୍ରଭାବିତ ଛତିଶଗଡ଼ର ସୁକମା ଜିଲ୍ଲାରେ ରାମ ମନ୍ଦିରର କପାଟ ଖୋଲିବାକୁ ଗ୍ରାମବାସୀ ୨୧ ବର୍ଷରୁ ଅପେକ୍ଷା କରି ରହିଛନ୍ତି । ନକ୍ସଲଙ୍କ ଆଦେଶ ପରେ ୨୦୦୩ରେ ମନ୍ଦିରରେ ପୂଜାପାଠ…

ଆଲିଗଡ଼: ବେକରେ ଚପଲ ହାର ପିନ୍ଧି ନିଜ ପାଇଁ ଭୋଟ୍‌ ମାଗୁଛନ୍ତି ଏହି ପ୍ରାର୍ଥୀ, ସହରରେ ଚର୍ଚ୍ଚା

ଗଣତନ୍ତ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କାହାକୁ ବାରଣ ନାହିଁ । ଆପଣ ଚାହିଁଲେ ଏକୁଟିଆ ମଧ୍ୟ ବଡ଼ ନେତାଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରିବେ । ଉତ୍ତର ପ୍ରଦେଶର ଆଲିଗଡ଼ରେ ଏମିତି ହିଁ କିଛି ଦେଖିବାକୁ ମିଳିଛି । ମାନବ ଅଧିକାରର ଲଢ଼େଇ ଲଢ଼ୁଥିବା ଭ୍ରଷ୍ଟାଚାର ବିରୋଧୀ ସେନାର…

ହେଲିକାପ୍ଟରରୁ ସରିଗଲା ଇନ୍ଧନ, ମଧ୍ୟପ୍ରଦେଶରେ ରାତି ବିତାଇଲେ ରାହୁଲ ଗାନ୍ଧି; ଢାବାରେ କଲେ ଡିନର

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୋମବାର ରାତି ମଧ୍ୟପ୍ରଦେଶର ଶହଡୋଲରେ ବିତାଇବାକୁ ପଡ଼ିଛି । ପ୍ରଥମେ ତାଙ୍କ ହେଲିକାପ୍ଟରରୁ ଇନ୍ଧନ ସରିଯାଇଥିଲା ଏବଂ ଦ୍ୱିତୀୟରେ ପାଗ ଖରାପ ଯୋଗୁ ହେଲିକାପ୍ଟର ଉଡ଼ାଣ ଭରିପାରି ନ ଥିଲା, ଯାହା ପରେ ତାଙ୍କୁ ଶହଡୋଲରେ ହିଁ ସୋମବାର ରାତି ବିତାଇବାକୁ ପଡ଼ିଥିଲା…

ବିଆର୍‌ଏସ୍‌ ନେତା କେ. କବିତାଙ୍କୁ ପୁଣି ଝଟ୍‌କା, କୋର୍ଟ ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ାଇଲେ ନ୍ୟାୟିକ ହେପାଜତ

ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ବିଆର୍‌ଏସ୍‌ ନେତା କେ. କବିତାଙ୍କୁ ବଡ଼ ଝଟ୍‌କା ମିଳିଛି । କୋର୍ଟ ଆଜି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩…

ଗାଜିଆବାଦ: ବେଆଇନ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଠାବ, ୮୦ ହଜାରରେ ବିକ୍ରି ହେଉଥିଲା ଦେଶୀ ବନ୍ଧୁକ; ୪ ଗିରଫ

ଦିଲ୍ଲୀ-ଏନ୍‌ସିଆର୍‌ରେ ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରୟ କରି ମୋଟା ଲାଭ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଗାଜିଆବାଦରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ମେସିନ୍ ଦ୍ୱାରା ଏହି ଅସ୍ତ୍ରଶସ୍ତ୍ର ତିଆରି କରାଯାଉଥିଲା । ପୋଲିସ ନୋଏଡାରେ ବିନା ନମ୍ବର ଥିବା ଏକ ବ୍ରେଜା ଗାଡ଼ିକୁ ଜବତ କରିଛି,…

ଦିଲ୍ଲୀ ବିମାନବନ୍ଦରରେ ପରମାଣୁ ବୋମା ଧମକ, ୨ ଯୁବକଙ୍କୁ ଗିରଫ କଲା ପୋଲିସ

ଦିଲ୍ଲୀ ପୋଲିସ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୨ ଯୁବକଙ୍କୁ ଗିରଫ କରିଛି । ଯୁବକଦ୍ୱୟ ବିମାନବନ୍ଦରରେ ପରମାଣୁ ବୋମା ନେଇଯାଉଥିବାର ଧମକ ଦେଇଥିଲେ । ସୁରକ୍ଷା ଯାଞ୍ଚ ସମୟରେ ଅଭିଯୁକ୍ତମାନେ ଧମକ ଦେଇଥିଲେ ଯେ ସେମାନେ ପରମାଣୁ ବୋମା ନେଇକି ଯାଉଛନ୍ତି । ଏହାପରେ ବିମାନ ଭିତରେ…

ଅଯୋଧ୍ୟାରେ ରାମନବମୀ ହେବ ସ୍ୱତନ୍ତ୍ର, ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ପଡ଼ିବା ନେଇ ଲାଗିଛନ୍ତି ବୈଜ୍ଞାନିକ

ଅଯୋଧ୍ୟାରେ ଏଥର ରାମନବମୀ ସ୍ୱତନ୍ତ୍ର ହେବାକୁ ଯାଉଛି । ରାମ ମନ୍ଦିର ନିର୍ମାଣ ପରେ ଏହା ହେଉଛି ପ୍ରଥମ ରାମନବମୀ । ଏହି ପବିତ୍ର ଦିନରେ ରାମଲାଲାଙ୍କ ଜନ୍ମ ଉତ୍ସବକୁ ଭବ୍ୟ ଉପାୟରେ ପାଳନ ପାଇଁ ପ୍ରସ୍ତୁତି ଚାଲିଛି । ରାମନବମୀ ଅବସରରେ ମନ୍ଦିର ଗର୍ଭଗୃହରେ ଭଗବାନ ରାମଙ୍କ ମସ୍ତକରେ ସୂର୍ଯ୍ୟ…

କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ଗାଡ଼ିରେ ମର୍ମନ୍ତୁଦ ଦୁର୍ଘଟଣା, ୬୨ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ

କର୍ଣ୍ଣାଟକରେ ବିଜେପି ନେତାଙ୍କ ଗାଡ଼ିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ବେଙ୍ଗାଲୁରୁ ଉତ୍ତର ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ କାର୍‌ ଦୁର୍ଘଟଣାର ଶିକାର ହୋଇଛି । ମନ୍ତ୍ରୀଙ୍କ କାର୍‌ ଦ୍ୱାରା ହୋଇଥିବା ଏହି ଦୁର୍ଘଟଣାରେ ୬୨ ବର୍ଷୀୟ ବୃଦ୍ଧ…