Odisha News
.

ମରିନି ମାନବିକତା ! ରାସ୍ତାରେ ଗର୍ଭ ଯନ୍ତ୍ରଣାରେ ଚିତ୍କାର କରୁଥିବା ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଅଟୋ ଡ୍ରାଇଭର୍, ୧୮ ଦିନ ଯାଏଁ ନେଲେ ଶିଶୁର ଯତ୍ନ

ମାନବିକତାର କୌଣସି ରୂପ ନଥାଏ । ନା ଥାଏ କୌଣସି ପରିଚୟ । କିନ୍ତୁ ଅନେକ ସମୟରେ କିଛି ଲୋକ ଏମିତି କିଛି କାମ କରିଯାଆନ୍ତି ଯାହାକୁ ଦେଖିଲେ ମାନବିକତା ସହ ସାମ୍ନାସାମ୍ନି ହୋଇଯାଇଥାଏ । ସେମିତି ଏକ ମାମଲା ଆସିଛି ବେଙ୍ଗାଲୁରୁରୁ । ଯେଉଁଠାରେ ଜଣେ ଅଟୋ ଡ୍ରାଇଭର୍ ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହାକୁ ଶୁଣିଲେ କହିବେ ହଁ ଏବେ ବି ବଂଚିଛି ମାନବିକତା ।

ଘଟଣାଟି ହେଉଛି ଏପ୍ରିଲ୍ ୧୫ ର । ଆଉ ଅଟୋ ଡ୍ରାଇଭର୍ ଜଣକ ହେଉଛନ୍ତି ବାବୁ ମୁଦ୍ରପ୍ପା । ପ୍ରତିଦିନ ପରି ସେଦିନ ମଧ୍ୟ ଘରୁ ଅଟୋ ନେଇ କାମକୁ ବାହାରିଥିଲେ ବାବୁ । ହେଲେ ରାସ୍ତାରେ ମିଳିଥିଲେ ଜଣେ ଗର୍ଭବତୀ ମହିଳା । ଯିଏ ଗର୍ଭ ଯନ୍ତ୍ରଣାରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ମହିଳାଙ୍କ ଏପରି ଅବସ୍ଥା ଦେଖି ତୁରନ୍ତ ନିଜ ଅଟୋରେ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଏକ ଶିଶୁ କନ୍ୟାକୁ ଜନ୍ମ କରିଥିଲେ ମହିଳା ଜଣକ । କିନ୍ତୁ ୨ ମାସର ପ୍ରି ମାଚ୍ୟୋର ଶିଶୁ ହୋଇଥିବାରୁ ଚିକିତ୍ସା ପାଇଁ ଅନ୍ୟ ଏକ ଡାକ୍ତରଖାକୁ ସ୍ଥାନନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।

auto deriverଟିକେ ବି ବିଳମ୍ବ ନକରି ବାବୁ ନବଜାତ ଶିଶୁକୁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ପରେ ଯେତେବେଳେ ବାବୁ ପୂର୍ବ ଡାକ୍ତରଖାନାକୁ ଫେରିଥିଲେ ଜାଣିବାକୁ ପାଇଲେ କାହାକୁ କିଛି ନଜଣାଇ ଶିଶୁଟିର ମା’ ଫେରାର୍ ହୋଇଯାଇଥିଲେ । ଏବେ ବାବୁଙ୍କ ପାଇଁ ଏହା ଥିଲା ସବୁଠାରୁ କଠିନ ସମୟ । ନବଜାତ ଶିଶୁକୁ ଛାଡି ଯାଇପାରିନଥିଲେ ବାବୁ । ଆଉ ପ୍ରଥମରୁ ଦୁଇଟି ପିଲାର ବାପା ଥିବା ବାବୁ ଶିଶୁଟିକୁ କୋଳେଇ ନେବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ପରେ ବାବୁ ଉଭୟ ଡାକ୍ତରଖାନାର ସମସ୍ତ ବିଲ୍ ଦେଇଥିଲେ । ଏବେ ବାବୁ ଦିନରେ ଅଟୋ ଚଲାଇଛନ୍ତି ଏବଂ ରାତିରେ ଶିଶୁଟିର ଦେଖାଶୁଣା କରିବା ପାଇଁ ଡାକ୍ତରଖାନା ଯାଉଥିଲେ । ବାବୁ ଶିଶୁ ଟି ପାଇଁ ସେ ସବୁକିଛି କରିଥିଲେ ଯାହା ଆବଶ୍ୟକ ଥିଲା । କିନ୍ତୁ ୧୮ ଦିନ ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ତେବେ ବାବୁ କାହାକୁ କିଛି କହିନାହାଁନ୍ତି ପିଲାଟିର ଚିକିତ୍ସାରେ କେତେ ଖର୍ଚ୍ଚ ହୋଇଛି । କେବଳ ଏମିତି କହୁଛନ୍ତି ବହୁତ ଚେଷ୍ଟା ପରେ ମଧ୍ୟ ପିଲାଟିକୁ ବଂଚାଇ ପାରିଲି ନାହିଁ ।

Leave A Reply

Your email address will not be published.