Odisha News
.

୨୦୧୯ରେ ମୋଦିଙ୍କ ଗୋଲ୍ଡେନ କାର୍ଡ ହେବ କି ‘ଆୟୁଷ୍ମାନ ଭାରତ’ ?

ଗରିବଙ୍କୁ ସ୍ବାସ୍ଥ୍ୟସେବା । ଧନୀଙ୍କ ଭଳି ଏଣିକି ଚିକିତ୍ସା ସୁବିଧା ପାଇପାରିବେ ଗରିବ, ଦିନ ମଜୁରିଆ ଓ ଖଟିଖିଆ ପରିବାର । କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଆୟୁଷ୍ମାନ ଭାରତ’ ର ଶୁଭାରମ୍ଭ କରିଛନ୍ତି । ଏବେ ଯୋଜନାରେ ‌ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ପର୍ଯ୍ୟାୟ କ୍ରମେ ଚିଠି ପହଞ୍ଚିବ । ଯେଉଁଥିରେ ଯୋଜନାର ଉପକାରିତା ସମ୍ପର୍କରେ ଅବଗତ କରାଯାଉଛି । ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଦରିଦ୍ର କଲ୍ୟାଣକାରୀଙ୍କ ସେବା ଅଭିଯାନ । ଦେଶର ଏହି ସର୍ବବୃହତ ସ୍ବାସ୍ଥ୍ୟସେବା ଯୋଜନା ଲାଗୁ କରିବା ପାଇଁ ମୋଦି ସରକାରଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ଥିଲା । ଆଗକୁ ବି ରହିବ । କିନ୍ତୁ ବିଜେପି ଆଶା ରଖିଛି, ଜନ ଆରୋଗ୍ଯ ଯୋଜନା ବଳରେ ଜାତିଗତ ସମୀକରଣକୁ ଭାଙ୍ଗା ଯାଇ ପାରିବ ।

ଫୋକସ୍ ଗ୍ରାମୀଣ ଭାରତ

ବର୍ତ୍ତମାନ ନିର୍ବାଚନ ବର୍ଷ ଚାଲିଛି । ୨୦୧୯ ରେ ସାଧାରଣ ନିର୍ବାଚନ । କୁହାଯାଉଛି ଆୟୁଷ୍ମାନ ଭାରତ ମୋଦି ସରକାରଙ୍କ ପାଇଁ ଟ୍ରଷ୍ଟ କାର୍ଡ ହେବ । ୨୦୧୯ ସାଧାରଣ ନିର୍ବାଚନରେ ଆୟୁଷ୍ମାନ ଭାରତ ହେବ ବିଜେପିର ଗୋଲ୍ଡେନ କାର୍ଡ । ଏହାର ସଫଳତାର ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିବେ ବିଜେପି ନେତା ଓ କର୍ମୀ ।  ଏମିତି ବି ବିଜେପି ପିଠିରେ ବାଜିଛି ସହରାଞ୍ଚଳ ଦଳର ଷ୍ଟାମ୍ପ । ଗ୍ରାମାଞ୍ଚଳରେ ବିଜେପିର ଭୋଟ୍‌ ହାର କମ୍ । ତେଣୁ ଗ୍ରାମୀଣ ଭାରତରେ ପାଦ ରଖିବାରେ ବିଜେପିକୁ ବଡ଼ ଫାଇଦା ଦେଇପାରେ ଆୟୁଷ୍ମାନ ଭାରତ ।

Ayushman_Bharat_2

ହିତାଧିକାରୀଙ୍କ ସହ ସମ୍ପର୍କରେ ପ୍ରଧାନମନ୍ତ୍ରୀ

ସବକା ସାଥ୍, ସବକା ବିକାଶ । ନିଉ ଇଣ୍ଡିଆର ନାରା ଦେଉଛନ୍ତି କେନ୍ଦ୍ର ସରକାର । ସେହିପରି ୨୦୧୯ ପାଇଁ  ‘ଅଜୟ ଭାରତ, ଅଟଳ ଭାରତ’ ମୋଦିଙ୍କ ଗୁରୁମନ୍ତ୍ର । ଆୟୁଷ୍ମାନ ଭାରତ ଆସ୍ଯୋରାନ୍ସ ସ୍କିମ୍ ଜରିଆରେ ହିତାଧିକାରୀଙ୍କ ସହ ସିଧାସଳଖ ସମ୍ପର୍କରେ ଆସିବେ ପ୍ରଧାନମନ୍ତ୍ରୀ । ଶୁଣିବାକୁ ମିଳୁଛି ଏନେଇ ରୋଡମ୍ଯାପ୍ ବି ହୋଇଛି । ସବୁ ହିତାଧିକାରୀଙ୍କୁ ଚିଠି ଲେଖିବେ ପ୍ରଧାନମନ୍ତ୍ରୀ  । ଏହି କାମ ବି ଆରମ୍ଭ ହୋଇଥିବା କୁହାଯାଉଛି । ଚିଠି ମାଧ୍ୟମରେ ଆସ୍ଯୋରାନ୍ସ ପ୍ରକ୍ରିୟାର ଭିତ୍ତିପ୍ରସ୍ତର ପଡିବ । ଅର୍ଥାତ୍ ୧୦ କୋଟି ପରିବାର ସହ ସମ୍ପର୍କ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ସ୍ବାସ୍ଥ୍ୟସେବା ଯୋଜନା ସମ୍ପର୍କରେ ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚିବ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ସମ୍ପର୍କ ଆହୁରି ମଜଭୁତ ହେବ । ଯାହାର ଫାଇଦା ୨୦୧୯ ରେ ବିଜେପି ପକେଟକୁ ଯିବ ।

ନିର୍ବାଚନୀ‌ ଗୋଲ୍ଡେନ କାର୍ଡ

ପ୍ରଧାନମନ୍ତ୍ରୀଙ୍କ ପାଖରୁ ପଠାଯାଉଥିବା ଚିଠିରେ QR କୋର୍ଡ ଲେଖାଥିବ । ଏହାର ଅର୍ଥ ସରକାରୀ କିମ୍ବା ଘରୋଇ ହସ୍ପିଟାଲରେ ଆୟୁଷ୍ମାନ ଭାରତ ଯୋଜନାରେ ‌ଅନ୍ତର୍ଭୁକ୍ତ ହିତାଧିକାରୀ ସହଜରେ ଚିହ୍ନଟ ହୋଇପାରିବେ । QR କୋର୍ଡ ଜରିଆରେ‌ ହସ୍ପିଟାଲରେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ସରିବା ପରେ ମିଳିବ ଗୋଲ୍ଡେନ କାର୍ଡ । ସେହି ଗୋଲ୍ଡେନ କାର୍ଡ ସବୁବେଳେ କାମରେ ଆସିବ । ଆଉ ସେହି ଗୋଲ୍ଡେନ କାର୍ଡ ହିଁ  ୨୦୧୯ରେ ମୋଦିଙ୍କ ପାଇଁ ଗେମ୍ ଚେଞ୍ଜର‌ ହେବ ବୋଲି କୁହାଯାଉଛି ।

ayushman-bharat_UP

ଦରିଦ୍ର କଲ୍ୟାଣକାରୀ ଅଭିଯାନ

ଆୟୁଷ୍ମାନ ଭାରତର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସୁସ୍ଥ ଭାରତର ଭରସା ଦେଇଛନ୍ତି । ୟୁରୋପୀୟ ସଂଘରେ ଥିବା ଦେଶ, ଆମେରିକା, କାନାଡାର ଜନସଂଖ୍ୟା ଠାରୁ ଭାରତରେ ଆୟୁଷ୍ମାନ ଭାରତରେ ତାଠାରୁ ଅଧିକ ଲୋକ ଉପକୃତ ହୋଇପାରିବେ । ଯଦି କୌଣସି ହିତାଧିକାରୀଙ୍କୁ  (ଆୟୁଷ୍ମାନ ଭାରତ ଅନ୍ତର୍ଭୁକ୍ତ) ପ୍ରଧାନମନ୍ତ୍ରୀଙ୍କ ଚିଠି ମିଳି ନାହିଁ, ଏଥିରେ ବ୍ୟସ୍ତ ହେବାର କିଛିନାହିଁ । ନିକଟସ୍ଥ କମନ୍ ସର୍ଭିସ୍ ସେଣ୍ଟରରେ (CSC) ଯୋଗାଯୋଗ କରନ୍ତୁ । ନଚେତ ପାଖ ହସ୍ପିଟାଲରେ ବି ତଥ୍ୟ ସଂଗ୍ରହ କରିପାରିବେ । ତାପରେ ଜାଣି ନପାରିଲେ ଆୟୁଷ୍ମାନ ମିତ୍ରଙ୍କୁ ଯୋଗାଯୋଗ କରନ୍ତୁ ।

 

Leave A Reply

Your email address will not be published.