Odisha News
.

ଆୟୁଷ୍ମାନ ଭାରତରେ ମିଳିବ ଚାକିରି,  ଜାଣନ୍ତୁ କିପରି କରିବେ ଆବେଦନ ଏବଂ କେତେ ରହିଛି ଦରମା  

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନା ଦ୍ବାରା  ୫୦କୋଟି ଭାରତୀୟ ଲାଭବାନ ହୋଇପାରିବେ। ଏଥିରେ ହିତାଧିକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା । ଉପକୃତ ହେବେ ଦେଶର ୧୦ କୋଟିରୁ ଅଧିକ ଗରିବ ପରିବାର । ଯୋଗ୍ୟ ହିତାଧିକାରୀ ଦେଶର ସମସ୍ତ ସରକାରୀ ଓ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଉଠାଇ ପାରିବେ । କର୍ଣ୍ଣାଟକ ସମେତ ୨୬ଟି ରାଜ୍ୟ ତୁରନ୍ତ ଲାଗୁ କରିବା ପାଇଁ ସହମତି ହୋଇଛନ୍ତି । ଦେଶବ୍ୟାପୀ ୧୫ ହଜାରରୁ ଅଧିକ ହସ୍ପିଟାଲରେ ଭପଲବ୍ଧ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହା ଭିତରେ ରହିଛି ୮ ହଜାରରୁ ଅଧିକ ଘରୋଇ ହସ୍ପିଟାଲ୍ । ଯୋଜନାରେ ୬୦ ପ୍ରତିଶତ ଅର୍ଥ କେନ୍ଦ୍ର ଓ ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ । ତେବେ ଏଥିପାଇଁ ପ୍ରତ୍ଯେକଟି ଡ଼ାକ୍ତରଖାନାରେ ରୋଗୀଙ୍କ ସାହାୟତା ପାଇଁ ଆୟୁଷ୍ମାନ ମିତ୍ରଙ୍କର ଆବଶ୍ଯକତା ରହିଛି। ଯେଉଁମାନେ ସହାୟକ ଡ଼େକ୍ସ ସଞ୍ଚାଳିତ କରିବା ସହ ଯୋଜନାରେ ପଞ୍ଜିକୃତ କରିବାରେ ସହାଯ୍ଯ କରିବେ।

ayushman

ଆୟୁଷ୍ମାନ ଭାରତ ସ୍କିମ୍ ପାଇଁ ଆୟୁଷ୍ମାନ ମିତ୍ରଙ୍କ ଚୟନ କରାଯିବ। ସେମାନଙ୍କର ୧୫ହଜାର ଟଙ୍କା ବେତନରେ ରଖାଯିବ। ସେହିପରି ପ୍ରୋଫେସନାଲ୍ସଙ୍କୁ ୫୦-୯୦ହଜାର ଟଙ୍କା ପର୍ଯ୍ଯନ୍ତ ବେତନ ମିଳିବ। ତେବେ ଏଥିପାଇଁ ଆବେଦନ କରିବା ବ୍ଯକ୍ତି ସରକାରୀ ଡ଼ାକ୍ତରଖାନା, ବେସରକାରୀ ଡ଼ାକ୍ତରଖାନା, କଲ ସେଣ୍ଟର ଏବଂ ବୀମା କମ୍ପାନି ଆଦିରେ କରାଯିବ।

କେଉଁମାନେ କରିପାରିବେ ଆବେଦନ

ଯେଉଁମାନେ ପୋଷ୍ଟଗ୍ରାଜୁଏଟ ଏବଂ ବିଟେକ୍ ପଡ଼ିଥିବା ବ୍ଯକ୍ତି ଆବେଦନ  କରିପାରିବେ। ବିଭିନ୍ନ କ୍ଷେତ୍ରରେ ଏକ୍ସପର୍ଟ ଥିବା ବ୍ଯକ୍ତି। ଯେଉଁବ୍ଯକ୍ତିଙ୍କ ପାଖରେ ପବ୍ଳିକ୍ ହେଲଥ୍ ସିଷ୍ଟମ ପ୍ରୋଜେକ୍ଟର ଅଭିଜ୍ଞତା ରହିଛି।

ବୟସ ସୀମା

ଆୟୁଷ୍ମାନ ମିତ୍ର ପାଇଁ ବୟସ ସୀମା ୩୨ବର୍ଷରୁ କମ ରହିଛି।

କିଏ ଦେବ ନିଯୁକ୍ତି

ନ୍ଯାସନାଲ ହେଲଥ୍ ଏଜନ୍ସି ଦ୍ବାରା ୟଙ୍ଗ ପ୍ରଫେସନାଲ ପୋଗ୍ରାମ୍ ଦ୍ବାରା ଆୟୁଷ୍ମାନ ମିତ୍ରଙ୍କର ନିୟୁକ୍ତ କରାଯାଉଛି।

ଦରମା

ଆୟୁଷ୍ମାନ ମିତ୍ରଙ୍କର ୧୫ହଜାର ଟଙ୍କା ।

ପ୍ରଫୋସନାଲ୍ସଙ୍କର ୫୦-୯୦ ହଜାର ଟଙ୍କା ରହିବ।

Loading...

Leave A Reply

Your email address will not be published.