କଟକଣା ମଧ୍ୟରେ କୋଲକାତାରେ ବହୁଡାଯାତ୍ରା ସମ୍ପନ୍ନ

କୋଲକାତା(କେନ୍ୟୁଜ୍‌) : କରୋନା କଟକଣା ମଧ୍ୟରେ କୋଲକାତାର ବିଭିନ୍ନ ସ୍ଥାନରେ ତିନି ଠାକୁରଙ୍କ ବାହୁଡ଼ା ଯାତ୍ରା ସମ୍ପନ ହୋଇଛି। କୋଭିଡ କଟକଣା ଯୋଗୁଁ ରଥ ଟଣା ଉପରେ ରୋକ ଲଗା ଯାଇଥିଲା। ତେବେ ସ୍ୱତନ୍ତ୍ର ଅନୁମତି ନେଇ ଭାବନିପୁର ଚକ୍ରବେଡ଼ିଆ ଜଗନ୍ନାଥ ମନ୍ଦିରର ରଥଯୋଗେ ବାହୁଡ଼ା ଯାତ୍ରା ସୀମିତ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି।

ସାମାଜିକ ଦୂରତ୍ୱ ରକ୍ଷାକରି ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ଦୁଇଶହ ବର୍ଷର ଏହି ପ୍ରାଚୀନ ଜଗନ୍ନାଥ ମନ୍ଦିର ସଲଗ୍ନ ଅଂଚଳରେ ଭକ୍ତମାନେ ଉପସ୍ଥିତ ରହି ରଥଟଣା ରେ ସାମିଲ ହୋଇଥିଲେ। ପଶ୍ଚିମବଙ୍ଗର ଶ୍ରୀକ୍ଷେତ୍ର ଭାବେ ପରିଚିତ ଖିଦିରିପୁର ଜଗନ୍ନାଥ ମନ୍ଦିର ସହିତ କାଦାପଡା ଜଗନ୍ନାଥ ମନ୍ଦିର, ବାଲି, ଲିଲୁଆ,ହାଜିନଗର ,ବେଲଘରିଆ, ଖଡଦହ,ବାରାକପୁର କମାରହଟି ଭଳି ବହୁ ଜଗନ୍ନାଥ ମନ୍ଦିର ର ବାହୁଡା ଯାତ୍ରା ମନ୍ଦିର ପରିସରରେ ସମ୍ପନ୍ନ ହୋଇଛି। ଇସ୍କନ ମନ୍ଦିର ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗାଡି ଯୋଗେ ମୂଳ ମନ୍ଦିରକୁ ଅଣାଯିବାର ଦେଖାଯାଇଥିଲା । ଯାଇଥିଲା।

Leave A Reply

Your email address will not be published.