ଗ୍ରାହକଙ୍କୁ ବଡ ଝଟକା ଦେଲା Bajaj କମ୍ପାନୀ, ବଢ଼ାଇ ଦେଲା ନିଜ ଲୋକପ୍ରିୟ ବାଇକ ଗୁଡିକର ମୂଲ୍ୟ

ଗୋଟେ ପଟେ ପାର୍ବଣ ଋତୁରେ ଦେଶର ବଡ ବଡ କମ୍ପାନୀ ମାନେ ନିଜ ଯାନବାହାନ ଉପରେ ଭାରି ମାତ୍ରାରେ ଡ଼ିସକାଉଣ୍ଟ ଦେଉଥିବା ବେଳେ ବଜାଜ କମ୍ପାନୀ କିନ୍ତୁ ନିଜ ଗ୍ରାହକ ମାନଙ୍କୁ ଏକ ବଡ ଝଟକା ଦେଇଛି । ଅନେକ ଲୋକପ୍ରିୟ ସିରିଜର ମୋଟରସାଇକେଲ ମୂଲ୍ୟ ବଢ଼ାଇ ଦେଇଛି କମ୍ପାନୀ । ଏହି ସିରିଜରେ ବଜାଜ ଡୋମିନାର, ବଜାର ଅଭେଞ୍ଜର, ବଜାଜ ପଲସର ସାମିଲ ଅଛି । ଆଜି ଆମେ ଆପଣଙ୍କୁ ବଜାଜ କମ୍ପାନୀ ତରଫରୁ ବୃଦ୍ଧି କରାଯାଇଥିବା ସେହି ଗାଡି ଗୁଡିକ ବିଷୟରେ କହିବାକୁ ଯାଉଛୁ ।

bajaj bike Bajaj Auto କମ୍ପାନୀ ନିଜ Dominar 400ର ଦର ୧୫୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଥିବା ଜଣାଯାଇଛି । ଫଳରେ ମୋଟର ସାଇକେଲର ସୋ’ ରୁମ ମୂଲ୍ୟ ୧ ଲକ୍ଷ ୯୭ ହଜାର ୭୫୮ ଛୁଇଁଥିବା ଜଣାଯାଇଛି । କିନ୍ତୁ ଦର ବଢାଯାଇଥିଲେ ବି ଏହାର ଫିଚର୍ସରେ କୌଣସି ପରିବର୍ତ୍ତନ ଅଣାଯାଇନାହିଁ । କହିରଖିବା ଉଚିତ ହେବକି, ଚଳିତ ବର୍ଷ ଏପ୍ରିଲ ମାସରେ ହିଁ କମ୍ପାନୀ ପକ୍ଷରୁ ବଜାଜ Dominar BS 6 କୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଥିଲା । ମୂଲ୍ୟ ବୃଦ୍ଧି ପରେ ଏହା ନୂଆ ମୂଲ୍ୟ ୧.୯୧ ଲକ୍ଷ ରହିଥିବା ଜଣାଯାଇଛି । ଚାରି ବର୍ଷ ଭିତରେ Bajaj Dominar 400ର ମୂଲ୍ୟ ୩୬୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯଇଛି ।

ଯେବେକି Bajaj Dominar 250ର ମୂଲ୍ୟ ୧୬୨୫ ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଛି । ଏହାର ସୋ’ ରୁମ ମୂଲ୍ୟ ୧ ଲକ୍ଷ ୬୫ ହଜାର ୭୨୫
ଛୁଇଁଛି । Bajaj ଅଟୋ ନିଜ Bajaj Pulser 125 ମୂଲ୍ୟ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦେଇଛି । ମୂଲ୍ୟ ବୃଦ୍ଧି ପରେ ଏହାର ସୋ’ ରୁମ ମୂଲ୍ୟ ୭୯୦୯୧କୁ ବୃଦ୍ଧି ପାଇଛି । କମ୍ପାନୀ ନିଜ ନୂଆ ମଡେଲ Avenger Cruise 220 ବିଏସ 6 ମଡେଲ ଦର ମଧ୍ୟ ବଢ଼ାଇ ଦିଆଯାଇଛି । ଏବେ ସୋ’ ରୁମ ମୂଲ୍ୟ ୧ ଲକ୍ଷ ୧ ହଜାର ୯୪ ଟଙ୍କା ଥିବା ନେଇ ରେକର୍ଡ ହୋଇଛି ।

 

Leave A Reply

Your email address will not be published.