ଏକ ଲିଟରରେ ୯୦ କି.ମି ମାଇଲେଜ ଦେଉଛି ଏହି ବାଇକ୍‌, ମୂଲ୍ୟ ମାତ୍ର ୩୨ ହଜାର ଟଙ୍କା

ଦିନକୁ ଦିନ ପେଟ୍ରୋଲ ଦର ବଢିବାରେ ଲାଗିଛି। ଏମିତିରେ ଲୋକେ ଗାଡି ଚଲାଇବା ପାଇଁ ଡରୁଛନ୍ତି। ଏହି ମହଙ୍ଗା ଯୁଗରେ ସମସ୍ତେ ଏପରି ବାଇକ୍‌ ଖୋଜୁଛନ୍ତି, ଯାହାର ଦାମ କମ୍‌ ହୋଇଥିବା ସହ ମାଇଲେଜ ଅଧିକ ଦେଉଥିବ। ଏପରି ଶସ୍ତା ଗାଡି ଏବଂ ମାଇଲେଜ ଦେଉଛି ବଜାଜ CT 100 । ଯାହା ଗୋଟେ ଲିଟର ପେଟ୍ରୋଲରେ ୯୦ କିଲୋମିଟର ବାଟ ଅତିକ୍ରମ କରିପାରିପାରିବ।

bike

ଏହି ବାଇକ୍‌ ମଧ୍ୟବିତ୍ତ ପରିବାରର ପ୍ରଥମ ପସନ୍ଦ ରହିଥିଲା। ଏହି ବାଇକ୍‌ରେ ପେଟ୍ରୋଲ କମ୍‌ ଖର୍ଚ୍ଚ ହେବା ସହ ଅଧିକ ମାଇଲେଜ ପାଇଁ ଜଣାଶୁଣା। ଏହି ବାଇକ୍‌କୁ କୌଣସି ଗାଡି ଟକ୍କର ଦେଇପାରିବ ନାହିଁ କମ୍ପାନୀ ଦାବି କରିଛନ୍ତି। ଏହାର ମୂଲ୍ୟ ୩୨ ହଜାର ଟଙ୍କା ରହିଛି। ଏହି ଗାଡିରେ102 CC, 4 ଷ୍ଟ୍ରୋକ ଗିଅର, ସିଙ୍ଗଲ ସିଲିଣ୍ଡର, ନ୍ୟାଚୁରାଲ ଏହାର କୁଲ୍ଡ ଇଞ୍ଜନ ରହିଛି। ଏହି କମ୍‌ ମୂଲ୍ୟର ବାଇକକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଏହାର ତିନିଟି ଭାରିଏଣ୍ଟ ରହିଛି। Bajaj CT 100 KS Alloy ର ମୂଲ୍ୟ ୩୩,୨୯୩ ଟଙ୍କା ରହିଥିବା ବେଳେ Bajaj CT 100 KS Spoke ର ମୂଲ୍ୟ ୩୨ ହଜାର ଟଙ୍କା ଏବଂ Bajaj ct 100 ES Alloy ଦମ ମୂଲ୍ୟ ୪୧,୧୩୩ ଟଙ୍କା ରହିଛି।

Leave A Reply

Your email address will not be published.