Odisha News
.

ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରା

ବଲାଙ୍ଗିର(କେନ୍ୟୁଜ୍): ୩ ଦଫା ଦାବିରେ ୨ଦିନିଆ ବଲାଙ୍ଗିର ବନ୍ଦ ପାଳନ । ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ସକାଳରୁ ଏହି ବନ୍ଦ ପାଳନ କରାଯାଉଛି । ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଓ ବାଇପାସ ରାସ୍ତା ନିର୍ମାଣ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାର ସରକାରୀ ଅଫିସ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ବନ୍ଦ ରଖିବାକୁ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ପିକେଟିଂ କରିଛନ୍ତି। ଦୋକାନ ବଜାର ଓ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି ।

Loading...

Leave A Reply

Your email address will not be published.