ସ୍ତ୍ରୀଙ୍କ ସହିତ ଫଟୋ ଉଠାଇବାକୁ ବ୍ୟକ୍ତି ବାହାର କଲେ ଜବରଦସ୍ତ ଆଇଡିଆ, ଥରେ ଦେଖନ୍ତୁ ଏ ଭିଡିଓ

ସୋସିଆଲ ମିଡିଆରେ ଅନେକ ଫନି ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଯେଉଁମାନେ ଚନ୍ଦା ସେମାନେ ଫଟୋ ଉଠାଇବା ପାଇଁ ମନା କରିଦିଅନ୍ତି କିମ୍ବା ଇଚ୍ଛା ଥିଲେ ବି ଫଟୋ ଉଠାନ୍ତିନାହିଁ। କିନ୍ତୁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହିତ ଫଟୋ ଉଠାଇବା ପାଇଁ ଜବରଦସ୍ତ ଆଇଡିଆ ବାହାର କରିଛନ୍ତି। ଯାହାକୁ ଦେଖି ଆପଣ ମଧ୍ୟ ନିଜ ହସକୁ ରୋକିପାରିବେନି। ଏହି ଜବରଦସ୍ତ ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ବ୍ୟକ୍ତିଙ୍କ କେଶ ନାହିଁ ଅର୍ଥାତ ବ୍ୟକ୍ତି ଜଣଙ୍କ ଚନ୍ଦା। କିନ୍ତୁ ସେ ଏପରି ଭାବେ ଫଟୋ କ୍ଲିକ କରିଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ହସି ହସି ବେଦମ ହୋଇଯିବେ। ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀଙ୍କ କେଶରେ ନିଜ ମୁଣ୍ଡ ଲୁଚାଇ ଦେଇଛନ୍ତି, ସେ ଏପରି ଭାବେ କେଶକୁ ରଖିଦେଇଛନ୍ତି ଯେ ଯାହା ପରେ ସେ ଆରାମରେ ଫଟୋ କ୍ଲିକ କରୁଛନ୍ତି। ଫଟୋ କ୍ଲିକ ହେବା ପରେ ଜଣାପଡୁଛି ଯେ ବ୍ୟକ୍ତି ଜଣଙ୍କ ଚନ୍ଦା।


ତେବେ ଆପଣ ମଧ୍ୟ ଏହି ଯଦି ଚନ୍ଦାପଣ ସମସ୍ୟାରେ ଚିନ୍ତିତ ଅଛନ୍ତି ତାହେଲେ ଏହି ତରିକା ଏକଦମ୍‌ ବେଷ୍ଟ ହେବ।

Leave A Reply

Your email address will not be published.