Odisha News
.

ବାଂଲାଦେଶ ମୁହାଁ ବାତ୍ୟା ବୁଲ୍‌ବୁଲ୍‌, ତଳିଆ ଅଞ୍ଚଳରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କଲା ପ୍ରଶାସନ

କେନ୍ୟୁଜ୍ (ବ୍ୟୁରୋ): ବାଂଲାଦେଶ ମୁହାଁ ବାତ୍ୟା ବୁଲ୍‌ବୁଲ୍‌ । ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି ବାଂଲାଦେଶ ପ୍ରଶାସନ । ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବୁଲ୍‌ବୁଲ୍‌ ସ୍ଥଳଭାଗରେ ଛୁଇଁବା ପୂର୍ବରୁ ୧୫ ଲକ୍ଷ ଲୋକଙ୍କୁ ସ୍ଥାନନ୍ତର ପାଇଁ ଯୋଜନା ରହିଛି । ଏଥିପାଇଁ ପ୍ରାୟ ୫୫ ହଜାର ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ହିଟ୍‌ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଶନିବାର ରାତିରେ ସମୁଦ୍ରରେ ୨ ମିଟର ଉଚ୍ଚର ଜୁଆର ଉଠିବା ନେଇ ପୂର୍ବାନୁମାନ କରାଯାଇଛି ।

Loading...

Leave A Reply

Your email address will not be published.