Sabuthi Sabubele Hata Muthare Khabar

‘ଦୁର୍ଗାବତୀ’ ସେଟ୍‌ରେ ମିଳିଲା ଏମିତି ସରପ୍ରାଇଜ୍‌, ଆଖିକୁ ବିଶ୍ୱାସ କରିପାରିଲେନି ଭୂମି ପେଡନେକର

ଭୂମି ପେଡନେକରଙ୍କୁ ନିକଟରେ ନିଜ ଫିଲ୍ମ ‘ଦୁର୍ଗାବତୀ’ ସେଟ୍‌ରେ ଏକ ସୁନ୍ଦର ସରପ୍ରାଇଜ୍‌ ମିଳିଥିଲା। କଥାଟି ହେଲା, ଭୂମି ଲଗାତାର ଦର୍ଶକମାନଙ୍କୁ ହିଟ୍‌ ଫିଲ୍ମ ସବୁ ଭେଟି ଦେଉଛନ୍ତି, ଯାହାର ଫଳସ୍ୱରୂପ ତାଙ୍କ ହାତକୁ ଅନେକ ଆଓ୍ଵାର୍ଡ ମଧ୍ୟ ଆସିସାରିଛି। ଏହି ପରିପ୍ରେକ୍ଷୀରେ ‘ଦୁର୍ଗାବତୀ’ ଟିମ୍‌ ଭୂମିଙ୍କ ସଫଳତାର ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ଭୂମିଙ୍କୁ ଏହା ବିଷୟରେ ଜଣା ମଧ୍ୟ ନ ଥିଲା। ଶୁଟିଂ ଶେଷ ହେବା ପରେ ତାଙ୍କୁ ସରପ୍ରାଇଜ୍‌ ଦିଆଯାଇଥିଲା।

d22

ତେବେ ଭୂମି କେବେ ବି ଭାବି ନ ଥିଲେ ଯେ ତାଙ୍କ ଟିମ୍‌ ତାଙ୍କୁ ଏଭଳି ସରପ୍ରାଇଜ୍‌ ଦେବା ପାଇଁ ପ୍ଲାନ୍‌ କରିଥିବ। ସେଟ୍‌ରେ ସମସ୍ତେ କେକ୍‌ କାଟିବା ଉତ୍ସବରେ ଭାଗ ନେଇଥିଲେ। ଏହାପରେ କ୍ରୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିବା ପାଇଁ ଭୂମିଙ୍କୁ ପୁଣିଥରେ ଅଭିନନ୍ଦନ ଜଣାଇଥିଲା।

 

Leave A Reply

Your email address will not be published.