ଫାଶୀ ଦିଆଯାଇଥିବା ରଶି ଟୁକୁଡା ଗଳାର ପକାଇଲେ ବଦଳିଥାଏ ଭାଗ୍ୟ, ଜାଣନ୍ତୁ ଏମିତି କିଛି ଅନ୍ଧ ବିଶ୍ୱାସର କଥା

ନୂଆଦିଲ୍ଲୀ : ଫାଶୀ ରଶିକୁ ନେଇ ବହୁତ ଅନ୍ଧ ବିଶ୍ୱାସର କଥା ରହିଛି । ଏମିତିରେ ଭାରତରେ ଫାଶୀ ଦେବା ପରେ ଫାଶୀ ରଶିକୁ ପୋଡ଼ି ଦିଆଯାଇଥାଏ । କୁହାଯାଏ ଫାଶୀ ପ୍ରଥା ସମାଜରେ ୧୦ମ ଶତାବ୍ଦୀରୁ ଚାଲିଆସୁଛି । ଏହା ପୂର୍ବରୁ ବ୍ରଟେନ୍‌ ଓ ଅନ୍ୟ ଦେଶରେ ସାର୍ବଜନିକ ସ୍ଥାନରେ ଜଲ୍ହାଦ ମୁଣ୍ଡ କାଟି ଦଣ୍ଡ ଦେଉଥିଲା । ଫାଶୀ କୁ ବିଭିନ୍ନ ଦେଶରେ ବିରୋଧ ହେଉଥିବା ବେଳେ ଆମେରିକାରେ ଶିଥିଳ ଇଂଜେକସନ୍‌ ଜରିଆରେ ମୃତ୍ୟୁ ଦଣ୍ଡ ଦିଆଯାଉଛି । ତେବେ ଫାଶୀ କୁ ନେଇ ଆଜି ଆମେ କିଛି ଅନ୍ଧବିଶ୍ୱାସର କଥା କହିବୁ । ଯାହା ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

ଫାଶୀ ରଶିକୁ ବିକି କରି ପାଇଥାନ୍ତି ଟଙ୍କା :

କିଛି ଦେଶରେ ଫାଶୀ ରଶିକୁ ଛୋଟ ଛୋଟ ଖଣ୍ଡରେ କାଟି ଏଥିରୁ ପଇସା ରୋଜଗାର କରିଥାନ୍ତି । ୨୦୦୪ରେ ଧର୍ଷଣ ଅପରାଧରେ ଫାଶୀ
ପାଇଥିବା ଧନଞ୍ଜୟ ଚାଟର୍ଜୀକୁ ଫାଶୀ ଦେବା ପରେ ଉକ୍ତ ରଶିକୁ ବିକି ଜଲ୍ହାଦ ନାଟା ମଲିକ ରୋଜଗାର କରିଥିଲେ । ଫାଶୀ ରଶିକୁ ଘରେ ରଖିଲେ କିମ୍ବା ବେକରେ ଲକେଟ କରି ପକାଇଲେ ଭାଗ୍ୟ ବଦଳିଯାଇଥାଏ ବୋଲି ଅନ୍ଧବିଶ୍ୱାସ ରହିଛି ।  ଜଲ୍ହାଦ ଘରକୁ ଫାଶୀ ରଶି ନେବାକୁ ବହୁତ ଦୂରରୁ ଲୋକେ ଆସିଥାନ୍ତି । ନାଟା ମଲିକ ଏହି ଫାଶୀ ରଶି ଖଣ୍ଡ ପିଛା ୨ ହଜାର ଟଙ୍କାେ ବିକିଥିବା ଦେଖାଯାଇଥିଲା । ବ୍ରିଟେନରେ ଫାଶୀ ରଶିକୁ ଛୋଟ ଛୋଟ ଟୁକୁଡାରେ ମଧ୍ୟ ବିକ୍ରି ହେବାର ନଜିର ରହିଛି । ଯେଉଁଥିରୁ ଜଲ୍ହାଦ ମୋଟା ଅଙ୍କର ଟଙ୍କା କମାଇ ଥାଏ ।

ଏମିତି ବି ବିଶ୍ୱାସ କରାଯାଏ ଯେ ଯଦି କେହି ଏହି ରଶିକୁ ଛୁଇଁଦିଏ ତେବେ ତା’ର ଚର୍ମ ଓ ଗଳା ସମ୍ବନ୍ଧୀୟ ରୋଗ ଭଲ କରିଥାଏ । ଫାଶୀ ସମ୍ବନ୍ଧିତ ଏଭଳି ଅନ୍ଧବିଶ୍ୱାସ ଘଟଣା ବି୍ରଟେନ୍‌ ଓ ୟୁରୋପୀୟ ଦେଶରେ ମଧ୍ୟ ବଢ଼ୁଥିବାର ଦେଖାଯାଉଛି । ଫ୍ରାନ୍ସରେ ମୃତ୍ୟୁ ଦଣ୍ଡ ପାଇଥିବା ବ୍ୟକ୍ତିର ରକ୍ତରେ କପଡା ଭିଜାଇ ଘାତକ ନେଇଯାଇଥାଏ । ଯାହାକି ପରେ ଭଲ ରେଟ୍‌ରେ ବିକ୍ରି ହୋଇଥାଏ । ଏମିତି ଅନ୍ଧ ବିଶ୍ୱାସ ରହିଛି ଯେ ଏହି ରକ୍ତ କପଡା ଘରେ ରଖିଲେ ଶୁଭ ହୋଇଥାଏ ।

Leave A Reply

Your email address will not be published.