Odisha News
.

ମହାଭାରତ ଚରିତ୍ରଙ୍କ ରହସ୍ୟମୟ ଜନ୍ମ ବୃତ୍ତାନ୍ତ, ଜାଣିବା କିଛି ବିଶିଷ୍ଟ ଚରିତ୍ରଙ୍କ ଜନ୍ମ କଥା

ଦ୍ୱାପର ଯୁଗର ହୋଇଥିବା  ମହାଭାରତ ଯୁଦ୍ଧରେ ଭାଗ ନେଇଥିବା ପ୍ରତ୍ୟକ ଚରିତ୍ରଙ୍କର ଜନ୍ମ ପଛରେ ଏକ ଏକ ସ୍ୱତନ୍ତ୍ର କାହାଣୀ ରହିଛି ।  ସେ  ଭଗବାନ ଶ୍ରୀକୃଷ୍ଣ ହୁଅନ୍ତୁ କି ଦ୍ରୋଣ ପୁତ୍ର ଅଶ୍ୱତ୍ଥମା, ସମସ୍ତଙ୍କ ଜନ୍ମ ବୃତ୍ତନ୍ତ ଅତ୍ୟନ୍ତ ରହସ୍ୟ ମୟ ।  ବିଶ୍ୱାସ ରହିଛି ଯେ ଧର୍ମର ଜୟ ପାଇଁ ହିଁ  ସ୍ୱୟଂ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧର ସଂରଚନା  କରିଥିଲେ । ଏହି ସମୟରେ ବହୁ କମ ଚରିତ୍ରଙ୍କ ଜନ୍ମ ଏଠାରେ ସାଧାରଣ ଭାବେ ହୋଇଥିଲା । ଆସନ୍ତୁ ଜାଣିବା କିଛି ବିଶିଷ୍ଟ ଚରିତ୍ରଙ୍କ ଜନ୍ମର ରହସ୍ୟ  ।

ପଣ୍ଡୁ, ଧୃତରାଷ୍ଟ୍ର ଓ ବିଦୁର :

ରାଜା ବିଚିତ୍ରବୀର୍ଯ୍ୟଙ୍କର ଦୁଇ ପତ୍ନୀ ଥିଲେ । ଜଣେ  ଅମ୍ବିକା ଆଉଜଣେ  ଅମ୍ବାଳିକା । ବହୁ ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କର କୌଣସି  ସନ୍ତାନ ହୋଇନଥିଲେ  । ତେଣୁ ସତ୍ୟବତୀ ନିଜ ପୁତ୍ର ଋଷି  ବେଦବ୍ୟାସଙ୍କୁ ଏହାର ସମାଧାନ କରିବାକୁ କହିଥିଲେ । ମାତାଙ୍କ ଆଜ୍ଞା ପାଳନ କରି ଋଷି  ସେହି ଦୁଇ ରାଣୀଙ୍କୁ  ତାଙ୍କ ସାମ୍ନାରେ ଉଲଗ୍ନ ଅବସ୍ଥାରେ ଚାଲିବାକୁ କହିଥିଲେ । ଏହା ଦ୍ୱାରା ସେମାନଙ୍କର ନିଶ୍ଚିତ ସନ୍ତାନ ପ୍ରାପ୍ତି ହେବ ବୋଲି ଭରସା ମଧ୍ୟ ଦେଇଥିଲେ  ।

PANDU AND DHRITA

ପ୍ରଥମେ ବଡ଼ ରାଣୀ ଅମ୍ବିକା  ଋଷିଙ୍କ ସାମ୍ନାକୁ ଯାଆନ୍ତେ ରୁଷିଙ୍କ ତେଜକୁ ସହ୍ୟ କରି ନପାରି ନିଜ ଆଖି ବନ୍ଦ କରି ଦେଇଥିଲେ । ପରେ ଦ୍ୱିତୀୟ ରାଣୀ ଅମ୍ବାଳିକା ଋଷିଙ୍କ ସାମ୍ନାକୁ ଯାଆନ୍ତେ ତପସ୍ୱୀଙ୍କୁ ଦେଖି ଅତ୍ୟନ୍ତ ଭୟ ଗ୍ରସ୍ତ ହୋଇ ନିଜେ ସମ୍ପୂର୍ଣ ରୂପେ ହଳଦିଆ ପଡ଼ି ଯାଇଥିଲେ । ପରେ ଋଷି ମାତାଙ୍କୁ ଏସମ୍ପର୍କରେ ସୂଚନା ଦିଆଗଲା ଯେ ଅମ୍ବିକାଙ୍କ ପୁତ୍ର ଅନ୍ଧ ହୋଇ ଓ ଅମ୍ବାଳିକାଙ୍କ ପୁତ୍ର ରୋଗଗ୍ରସ୍ତ  ହୋଇ ଜନ୍ମ ହେବେ । ପରେ ସତ୍ୟବତୀ ଅମ୍ବିକାଙ୍କୁ ପୁନଶ୍ଚ  ବ୍ୟସଦେବଙ୍କ ସମ୍ମୁଖକୁ  ଯିବାକୁ  କହିଥିଲେ । ହେଲେ ଡରରେ ରାଣୀ ନିଜେ ନଯାଇ  ନିଜ ଦାସୀଙ୍କୁ ପଠାଇ   ଥିଲେ । କିନ୍ତୁ ଦାସୀ ଜଣକ  ନିର୍ଭୟ ଓ ନିଦ୍ଦ୍ଵର୍ନ୍ଦ୍ୱରେ ଋଷିଙ୍କ ସାମ୍ନାରେ ବିଚରଣ କରିଥିଲେ । ବ୍ୟାସଦେବ ମାତା ସତ୍ୟବତୀଙ୍କୁ   କହିଲେ କି ଦାସୀଙ୍କ ଠାରୁ ଜନ୍ମିତ ପୁତ୍ର ବେଦ ଓ  ବେଦାନ୍ତରେ ପାରଙ୍ଗମ ହେବ ।  ଅତ୍ୟନ୍ତ ନୀତିବାନ ବ୍ୟକ୍ତି ହେବେ ।

ତାଙ୍କର ଭବିଷ୍ୟବାଣୀ ଅନୁଯାୟୀ ଅମ୍ବିକାଙ୍କ ଠାରୁ ଧୃତରାଷ୍ଟ୍ର, ଅମ୍ବାଳିକାଙ୍କ ଠାରୁ ପଣ୍ଡୁ  ଏବଂ ଦାସୀଙ୍କ ଗର୍ଭରୁ  ବିଦୁର ଜନ୍ମ ହୋଇଥିଲେ । ଏହି ତିନି ଜଣ  ପରୋକ୍ଷରେ ବ୍ୟାସଦେବଙ୍କ ସନ୍ତାନ ଥିଲେ ।

ପାଞ୍ଚ ପାଣ୍ଡବଙ୍କ ଜନ୍ମ କାହାଣୀ :

ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ପଣ୍ଡୁ ଭୁଲରେ ଜଣେ ଋଷିଙ୍କୁ ମୈଥୁନ ଅବସ୍ଥାରେ  ଥିବା ବେଳେ ଶର ମାରିଥିଲେ । ସେହି ଶର ଆଘାତରେ ଋଷି ମୃତ୍ୟୁ ବରଣ କରିଥିଲେ । ତେବେ ମୃତ୍ୟୁା ପୂର୍ବରୁ ପଣ୍ଡୁଙ୍କୁ ଅଭିଶାପ ଦେଇଥିଲେ ଯେ ସମାନ କାରଣରୁ ହିଁ ତାଙ୍କର ମଧ୍ୟ ମୃତ୍ୟୁ ଘଟିବ । ଅଭିଶାପ ପାଇ ପଣ୍ଡୁ ନିଜ ଦୁଇ ପତ୍ନୀଙ୍କ ସହ  ଜଙ୍ଗଲକୁ ଚାଲି ଯାଇଥିଲେ ।

PANDAV-2

ତେବେ ଋଷି ଅଭିଶାପ ଯୋଗୁଁ ପଣ୍ଡୁ ଆଉ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ନାହିଁ । ପଣ୍ଡୁ ଙ୍କ ପରାମର୍ଶରୁ ପତ୍ନୀ କୁନ୍ତୀ ତିନି ଦେବତା ଧର୍ମଦେବ, ପବନ ଦେବ ଓ ଇନ୍ଦ୍ରଙ୍କୁ ମନ୍ତ୍ର ଦ୍ୱାରା  ସ୍ମରଣ  କରିବାରୁ  ଯଥାକ୍ରମେ  ଯୁଧିଷ୍ଠିର , ଭୀମ ଓ ଅର୍ଜୁନ ଜନ୍ମଗ୍ରହଣ କରିଥିଲେ । ପଣ୍ଡୁଙ୍କ ଦ୍ଵିତୀୟ ପତ୍ନୀ ମାଦ୍ରୀ ଅଶ୍ବିନୀ କୁମାରଙ୍କୁ ସ୍ମରଣ କରିବାରୁ ତାଙ୍କର ଦୁଇ ପୁତ୍ର ନକୁଳ ଓ ସହଦେବ ଜନ୍ମ ହଲେ । ପୂର୍ବରୁ କୁନ୍ତୀ କୁମାରୀ ଅବସ୍ଥାରେ ସୂର୍ଯ୍ୟ ଦେବଙ୍କୁ ସ୍ମରଣ କରିବାରୁ କର୍ଣ୍ଣ ଜନ୍ମ ହୋଇଥିଲେ । ଏହି ପରି କୁନ୍ତୀଙ୍କର ମୋଟ ୬ଟି ପୁତ୍ର ଓ ମାଦ୍ରୀଙ୍କର ୨ଟି ପୁତ୍ର ଥିଲେ |

କୌରବଙ୍କ ଜନ୍ମ ରହସ୍ୟ :

କୁରୁ ବଂଶୀୟ ହୋଇଥିବା ଯୋଗୁଁ ଗାନ୍ଧାରୀ ପୁତ୍ରମାନଙ୍କୁ କୌରବ କୁହାଯାଏ । ଏମାନଙ୍କ ଜନ୍ମ ମଧ୍ୟ ଖୁବ୍‌ ରହସ୍ୟମୟ । ଗାନ୍ଧାରୀ ବ୍ୟାସଦେବଙ୍କ ଠାରୁ ବରଦାନ ପ୍ରାପ୍ତ ହୋଇ ଗର୍ଭବତୀ ହୋଇଥିଲେ । କିନ୍ତୁ ଦୀର୍ଘ ଦୁଇ ବର୍ଷର ଗର୍ଭ ଧାରଣ ସତ୍ତ୍ୱେ କୌଣସି ସନ୍ତାନ ଜନ୍ମ ନେଲେ ନାହିଁ । ତେଶୁ ଗାନ୍ଧାରୀ କ୍ରୋଧିତ ହୋଇ ନିଜ ଗର୍ଭକୁ ବିଧା ମାରିଥିଲେ  । କିନ୍ତୁ ପରେ ବ୍ୟାସଦେବ ଗାନ୍ଧରୀଙ୍କ ଗର୍ଭରୁ ଉତ୍ପନ୍ନ ମାଂସ ପିଣ୍ଡୁଳାକୁ ୧୦୦ ଖଣ୍ଡ କରି ଥିଲେ ।  ସେଥିରେ ମନ୍ତ୍ର ପାଣି ଛିଂଚି ସେଗୁଡିକୁ ୧୦୦ଟି କୁଣ୍ଡରେ ରଖିଥିଲେ । ଦୁଇ ବର୍ଷ ପରେ ସେଥିରୁ ୧୦୦ଟି ସନ୍ତାନ ଜନ୍ମ ନେଇଥିଲେ । ତା ଭିତରୁ  ୯୯ ପୁତ୍ର  ଓ ଗୋଟିଏ  ଝିଅ ଦୁଶାଳା ଥିଲେ । ଦୁର୍ଯ୍ୟୋଧନ ଥିଲେ ପ୍ରଥମ ସନ୍ତାନ ।

KOURAVA

ଦ୍ରୌପଦୀଙ୍କ ଜନ୍ମ ଗାଥା :

ମହାଭାରତ ଯୁଦ୍ଧର କେନ୍ଦ୍ରବିନ୍ଦୁ ଭାବେ ଜଣା ଯାଉଥିବା ଦ୍ରୌପଦୀଙ୍କ ଜନ୍ମ ମଧ୍ୟ ଅତ୍ୟନ୍ତ ରୋମାଞ୍ଚକର । ମହାରାଜା ଦ୍ରୁପଦଙ୍କ ଯଜ୍ଞ କୁଣ୍ଡରୁ ଜାତ ହୋଇଥିବାରୁ ତାଙ୍କୁ ଯାଜ୍ଞସେନୀ କୁହାଯାଏ । ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ଅପମାନିତ ହୋଇ ଦ୍ରୁପଦ ଜଙ୍ଗଲକୁ ଚାଲି ଯାଇଥିଲେ । ପରେ  ଦୁଇ ମୁନୀ କୁମାରଙ୍କ ପରାମର୍ଶ କ୍ରମେ ଏକ ଯଜ୍ଞର ଆୟୋଜନ କରିଥିଲେ ।

DROUPADI

ଏହି ଯଜ୍ଞରୁ ହିଁ ଏକ ପ୍ରବଳ ପରାକ୍ରମୀ ପୁତ୍ର ଧୃଷ୍ଟଦ୍ୟୁମ୍ନ  ଓ ଏକ କନ୍ୟା ଦ୍ରୌପଦୀ ଜନ୍ମ ନେଇଥିଲେ । ପୁତ୍ର ଜଣକ କବଚ  କୁଣ୍ଡଳ ଯୁକ୍ତ ଥିଲେ । ପରେ ପାଣ୍ଡବ ଓ ଦ୍ରୌପଦୀଙ୍କ ଔରସରୁ ପ୍ରତିବିଂଧ, ସୁତ୍ରାସେନ, ସୁତକୀର୍ତ୍ତି, ସତାଣିକ ଓ ସୂତାକର୍ମ ଜନ୍ମ ହୋଇଥିଲେ । ଯେଉଁମାନେ କି ପରବର୍ତୀ ସମୟରେ ଉପ ପଣ୍ଡୁ ଭାବେ ଜଣାଶୁଣା ଥିଲେ ।

କୃପାଚାର୍ଯ୍ୟଙ୍କ ଜନ୍ମକାହାଣୀ :

ମହାଭାରତ ଯୁଦ୍ଧରେ ବଞ୍ଚି ଯାଇଥିବା ୧୮ ମହାଯୋଦ୍ଧାଙ୍କ ମଧ୍ୟରୁ କୃପାଚାର୍ଯ୍ୟ ଥିଲେ ଅନ୍ୟତମ । କୃପାଚାର୍ଯ୍ୟଙ୍କ ପିତାଙ୍କ ନାମ ଶାରଦବନ୍ଦ ଓ ମାତାଙ୍କ ନାମ ନାମ ପାଦି ଥିଲା । ଶାରଦବନ୍ଦ ସବୁ ବିଦ୍ୟାରେ ନିପୁଣ ଥିଲେ । ତାଙ୍କ ତପସ୍ୟାରେ ଇନ୍ଦ୍ର ନିଜକୁ ଅସୁରକ୍ଷିତ ମଣିବାରୁ ନମପାଦୀଙ୍କୁ ତାଙ୍କ ଧ୍ୟାନ ଭଙ୍ଗ କରିବାକୁ ପଠାଇଥିଲେ । ନମପାଦୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଥିଲେ ଶାରଦବନ୍ଦ । ସେମାନଙ୍କ ମିଳନରୁ ଗୋଟିଏ ପୁତ୍ର ଓ କନ୍ୟା ସନ୍ତାନ ଜନ୍ମ ନେଲେ । ଏହି ଦୁଇ ସନ୍ତାନଙ୍କୁ ଶାନ୍ତନୁ ନିଜ ଘରକୁ ନେଇ ଲାଳନ ପାଳନ କରିଥିଲେ । ପୁତ୍ର କୃପାଚାର୍ଯ୍ୟ ପରବର୍ତ୍ତୀ ସମୟରେ ନିଜ ପିତାଙ୍କ ପରି ଅତ୍ୟନ୍ତ ପରାକ୍ରମୀ ହୋଇଥିଲେ ଓ ପାଣ୍ଡବମାନଙ୍କ ଗୁରୁ ପାଲଟି ଥିଲେ । ମନ୍ୟା ସନ୍ତାନ କରୂପୀ ଦ୍ରୋଣାଚାର୍ଯ୍ୟଙ୍କୁ ବିବାହ କରିଥିଲେ ।

ଦ୍ରୋଣାଚାର୍ଯ୍ୟଙ୍କ ଜନ୍ମ ବୃତ୍ତାନ୍ତ :

ଭରଦ୍ୱାଜ ମୁନୀଙ୍କ ପୁତ୍ର ଥିଲେ ଦ୍ରୋଣ । ଭରଦ୍ୱାଜ ମୁନୀ ଗଙ୍ଗାରେ ସ୍ନାନ କରୁଥିବା ସମୟରେ ଏକ କନ୍ୟାକୁ ଦେଖି ଅତି ମାତ୍ରାରେ ବିମୋହିତ ହୋଇ ଯାଇଥିଲେ । ଫଳରେ ତାଙ୍କର ବୀର୍ଯ୍ୟ ଉତ୍ପନ୍ନ ହୋଇଥିଲା । ଯାହାକୁ ସେ ଏକ ଦ୍ରୋଣ ବା କୁଣ୍ଡଳରେ  ରଖିଥିଲେ । ସେହିଥିରୁ ହିଁ ଦ୍ରୋଣାଚାର୍ଯ୍ୟଙ୍କ ଜନ୍ମ । ପୁରାଣ କଥା ଅନୁଯାୟୀ ଦ୍ରୋଣଙ୍କ ଜନ୍ମ ବର୍ତ୍ତମାନର ଉତ୍ତରାଖଣ୍ଡର ରାଜଧାନୀରେ ହୋଇଥିଲା । ପରେ ଦ୍ରୋଣ ଉଭୟ ଧନୁର୍ବିଦ୍ୟା ଓ ବେଦରେ ପାରଙ୍ଗମ ହୋଇଥିଲେ।

DRONA

ଭୀଷ୍ମଙ୍କ ଜନ୍ମ କାହାଣୀ :

ମହାଭାରତ ଆଦି ପର୍ବରେ ବର୍ଣ୍ଣିତ ଅଛି ଯେ ହସ୍ତିନାପୁରର ରାଜା ପ୍ରତିପଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଗଙ୍ଗା ତାଙ୍କୁ ବିବାହ କରିବାକୁ ଚାହିଁଥିଲେ । କିନ୍ତୁ ପ୍ରତିପଙ୍କ ଡାହାଣ ଜଙ୍ଘରେ ଗଙ୍ଗା ବସିଥିବାରୁ ପ୍ରତିପ ତାଙ୍କୁ ନିଜ ପୁତ୍ରବଧୂ ରୂପେ ସ୍ୱୀକାର କରିଥିଲେ ।

BHISMA

ପରବର୍ତୀ ସମୟରେ ପୁତ୍ର ଶାନ୍ତନୁଙ୍କୁ ଗଙ୍ଗା ବିବାହ କରି ୮ଟି ସନ୍ତାନ ଜନ୍ମ ଦେଇଥିଲେ । ତନ୍ମଧ୍ୟରୁ ୭ଟିକୁ ଗଙ୍ଗା  ନଦୀରେ ଭସାଇ ଦେଇଥିଲେ ଗଙ୍ଗା । ଗୋଟିଏ ସନ୍ତାନ ଭୀଷ୍ମ ହିଁ ବଞ୍ଚି ଯାଇଥିଲେ । ଯାହାଙ୍କର ନାମ ଥିଲା ଦେବବ୍ରତ ।

ଏମିତି ମହାଭାରତର ପ୍ରତ୍ୟେକ ଚରିତ୍ରଙ୍କ ଜନ୍ମ ପଛରେ ରହିଛି ଗୋଟିଏ ଗୋଟିଏ କାହାଣୀ।

 

Loading...

Leave A Reply

Your email address will not be published.