ଝିଅ ବାହାଘରରେ ଭୋଜି କରି ତଣ୍ଡ ଗଣିଲେ ରାୟଗଡ଼ ବ୍ଲକ ଉପାଧ୍ୟକ୍ଷ

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଆଇନ୍‌କୁ ଜଗିବା ଲୋକ ନିଜେ ଆଇନ୍‌ ଭାଙ୍ଗିଲେ ଆଉ ତଣ୍ଡ ଗଣିଲେ । ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ରତନ ତାଳସିଂ ଠାରେ ହେଉଥିଲା ଏକ ବାହାଘର । ରାୟଗଡ଼ ବ୍ଲକ ଉପାଧ୍ୟକ୍ଷ ତାରଲା ଆୟୁଶ୍ୱରୀଙ୍କ ଝିଅ ବାହାଘର ହେଉଥିଲା । ସମସ୍ତ ପ୍ରସ୍ତୁତି ଶେଷ ହୋଇ ଭୋଜି ଚାଲିଥିଲା । ଠିକ୍ ସେହି ସମୟରେ ରାୟଗଡ ତହସିଲଦାର ଲିଲାବାତୀ ଅଚାର୍ଯ୍ଯୀ ଓ ଗାରବନ୍ଧ ଥାନାଧିକାରୀ ସର୍ବେଶ୍ୱର ସାମନ୍ତରାୟ ପହଞ୍ଚି ଭୋଜି ବନ୍ଦ କରିଦେଲେ । ଏହା ସହିତ ୧୫ହଜାର ଟଙ୍କା ଜରିମନା ଲଗାଇଲେ ରାୟଗଡ ବ୍ଲକ ଉପଧ୍ୟକ୍ଷଙ୍କ ସ୍ୱାମୀ ତାରଳା ବିଶ୍ୱନାଥଙ୍କ ଉପରେ ।

ଏହି ବାହାଘର ଭୋଜିରେ କୋଭିଡ ନିୟମ ମାନିବା ପାଇଁ ପ୍ରଶାସନ ଠାରୁ ଅନୁମତି ଆଣିଥିଲେ ଉପାଧ୍ୟକ୍ଷ । ହେଲେ ନିୟମ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା । ଭୋଜିରେ ବଡ଼ ଆକାରରେ ସାଜସଜ୍ଜା କରିବା ସହ ଅନେକ ଖାଦ୍ୟ ଷ୍ଟଲ୍ ଓ ଭିଆଇପିମାନଙ୍କ ପାଇଁ ମଧ୍ୟ ବ୍ଯବସ୍ଥା କରାଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମହାମାରୀ ସମୟରେ ଯେଉଁ ଜନପ୍ରତିନିଧିମାନେ ଲୋକଙ୍କୁ ସଚେତନ କରିବା କଥା ସେ ପୁଣି ଆଇନ୍‌ର ଖିଲାପ କରୁଛନ୍ତି ।

 

Leave A Reply

Your email address will not be published.