ବିହାର : ରୋଷେଇ ଘରେ ଫାଟିଲା ବଏଲର, ୪ ମୃତ

ପଟଣା : ବିହାରର ମୋତିହାରୀରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ଯେଉଁଥିରେ ୪ ଜଣକ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏଠାରେ ସ୍ଥାନୀୟ ଏକ ଏନଜିଓର ରୋଷେଇ ଘରେ ମଧ୍ୟାହ୍ନଭୋଜନ ରନ୍ଧା ହେଲା ବେଳେ ବଏଲର ଫାଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛାତ ଉଡିଯାଇଥିଲା।

ସରକାରୀ ବିଦ୍ୟାଳୟରେ ମିଡ ଡେ ମିଲ୍‌ କାର୍ଯ୍ୟକ୍ରମ ଏକ ଏନ୍‌ଜିଓ ଦ୍ୱାରା କରାଯାଏ। ଦୁର୍ଘଟଣା ଘଟିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାରି ରହିଛି। ସୂଚନାଯୋଗ୍ୟ, ମିଡ ଡେ ମିଲ କରୁଥିବା ସୁପର ଭାଇଜର ଫେରାର ରହିଛନ୍ତି।

Leave A Reply

Your email address will not be published.