Sabuthi Sabubele Hata Muthare Khabar

ପ୍ରଧାନମନ୍ତ୍ରୀଙ୍କ ‘ଲକ ଡାଉନ’ ଡାକରାକୁ ସମର୍ଥନ କଲେ ବଲିଉଡ ସେଲିବ୍ରିଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସତର୍କତା ନେଇ ମଙ୍ଗଳବାର ମଧ୍ୟ ରାତ୍ରରୁ ପୂରା ଦେଶରେ ଲକ ଡାଉନ ଜାରି କରିଛନ୍ତି । ଏହି ଲକ ଡାଉନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି । ପିଏମଙ୍କ ଅନୁଯାୟୀ ଏହା ଏକ ପ୍ରକାର କର୍ଫ୍ୟୁ, ଯାହା ଜନତା କର୍ଫ୍ୟୁଠୁ ବି ଆହୁରି ଅଧିକ କଠିନ ହେବ । ତାଙ୍କ ଅନୁଯାୟୀ କରୋନା ପରି ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ଲକ ଡାଉନ ହିଁ ଏକ ମାତ୍ର ବିକଳ୍ପ । ପିଏମ ମୋଦିଙ୍କ ଏହି ଆହ୍ୱାନକୁ ଦେଶର ନାମୀ ବଲିଉଡ ସେଲିବ୍ରିଟି ମାନେ ବି ସମର୍ଥନ କରିଛନ୍ତି ।

bollywood

ବିଗତ ଦିନର ଅଭିନେତା ଋଷି କପୁର ମୋଦିଙ୍କ ଅଭିଭାଷଣକୁ ଟ୍ୱିଟ ଜରିଆରେ ଦୃଢ ସମର୍ଥନ କରିଥିବା ଜଣାଯାଇଛି । ସେପଟେ ବିଗ ବି ଅମିତାଭ ବଚ୍ଚନ ବି ସମର୍ଥନ କରି ସମସ୍ତଙ୍କୁ ଘରେ ରହିବା ପାଇଁ ଅପିଲ କରିଛନ୍ତି । ଅନୁରୂପ ଭାବେ ସୋନାକ୍ଷୀ ସିହ୍ନ, ତାପସିଂ ପନୁଙ୍କ ପରି ଅଭିନେତ୍ରୀ ମାନେ ବି ନିଜ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ସାଧାରଣ ଜନତାଙ୍କୁ ସତର୍କ କରାଇବାକୁ ଚେଷ୍ଟା କରିଛନ୍ତି । ଫିଲ୍ମ ନିର୍ମାତା ମହେଶ ଭଟ୍ଟ ବି ସମସ୍ତେ ସାମୁହିକ ଭାବେ ୨୧ ଦିନର ଲକ ଡାଉନକୁ ସମର୍ଥନ କରିବା ଉଚିତ ବୋଲି କହିଛନ୍ତି ।

sonakhysi

କୌଣସି ଭୟଙ୍କର ପରିସ୍ଥିତିରେ ଏକତା, ମାନବିକତା, ବଳିଦାନ ଓ ଅଶାର ଆବଶ୍ୟକତା ନିହାତି ବୋଲି ସେ କହିଛନ୍ତି । କହିରଖିବା ଉଚିତ ହେବକି ଭାରତରେ ଧିରେ ଧୀରେ କରୋନା ନିଜ ବିଭୀଷିକା ଜାହିର କରିବାରେ ଲାଗିଛି । ଏଭିତରେ ସମଗ୍ର ଭାରତ ବର୍ଷରେ ଏହି ଭାଇରସ ୧୧ ମୁଣ୍ଡ ନେଇସାରିଲାଣି ।

 

Leave A Reply

Your email address will not be published.