ଇଣ୍ଡିଆନ ଆଇଡଲ୍‌ ଶୋ’ରେ ପୁଣି ଚର୍ଚ୍ଚା ହେଲା ରେଖା-ଅମିତାଭଙ୍କ ପ୍ରେମ କାହାଣୀ

ବଲିଉଡ୍‌ର ସୁପରଷ୍ଟାର ଅମିତାଭ ଓ ଅଭିନେତ୍ରୀ ରେଖାଙ୍କୁ କିଏ ବା ନ ଜାଣେ । ତାଙ୍କର ରିଲ୍‌ ଲାଇଫ ପ୍ରେମ ଓ ରିୟଲ୍‌ ଲାଇଫ ପ୍ରେମକୁ ନେଇ ସବୁବେଳେ ସେ ଥାଆନ୍ତି ଚର୍ଚ୍ଚାରେ । ବଲିଉଡର ଏହି ପ୍ରଖ୍ୟାତ କଳାକାର ଦିନେ ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲ ପାଉଥିଲେ । ତେବେ କୌଣସି କାରଣରୁ ଉଭୟଙ୍କ ବାହାଘର ସମ୍ଭବ ହୋଇପାରି ନଥିଲା । ଅମିତାଭ ଜୟା ବଚ୍ଚନଙ୍କୁ ବିବାହ କରି ପାରିନଥିଲେ ମଧ୍ୟ ତାଙ୍କ ସ୍ମୃତିରେ ସେ ଅବିବାହିତ ରହିଛନ୍ତି ବୋଲି ଚର୍ଚ୍ଚା ହୁଏ ।

rekha
photo credit : news18.com

ଏବେ ବି ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି ବୋଲି ମଧ୍ୟ କୁହାଯାଏ । ତେବେ ରେଖା ଓ ଅମିତାଭଙ୍କୁ ନେଇ ଏମିତି ଏକ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି । ଇଣ୍ଡିଆନ ଆଇଡଲ-୧୨ ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ଅଭିନେତ୍ରୀ ରେଖା । ଏହି ଅବସରରେ ରେଖା ଅମିତାଭଙ୍କ ଏକ ଗୀତରେ ଷ୍ଟେଜକୁ ଏଣ୍ଟ୍ରି କରୁଛନ୍ତି । ଶୋ’ରେ ଆଙ୍କର ଜୟ ଭନ୍‌ଶାଲି ପ୍ରଶ୍ନ କରୁଛନ୍ତି ଯେ ଜଣେ ବିବାହିତ ପୁରୁଷଙ୍କୁ କେହି ମହିଳା ପ୍ରେମ କରୁଥିବାର ଆପଣମାନେ ଦେଖିଛନ୍ତି କି ? ତେବେ କେହି କିଛି କହିବା ପୂର୍ବରୁ ରେଖା କହିଥିଲେ ‘ସେ କଥା ମୋତେ ପଚାରନ୍ତୁ ନା ମୁଁ କହିବି ।’

ଏହାକୁ ନେଇ ସେଠାରେ ଥିବା ଦର୍ଶକ, ବିଚାରକ ଓ ପ୍ରତଯୋଗୀଙ୍କ ମଧ୍ୟରେ କୋଳାହଳ ଦେଖିବାକୁ ମିଳିଥିଲା । ରେଖାଙ୍କ ଏହି ଉକ୍ତି ସେଦିନ ବୋଧହୁଏ ଅମିତାଭଙ୍କ ପ୍ରତି ତାଙ୍କର ଥିବା ଭଲ ପାଇବାକୁ ବଖାଣିଥିଲା । ଅଶି ଦଶକର ଏହି ସୁପରହିଟ୍‌ ଯୋଡ଼ିଙ୍କ ପ୍ରେମ କାହାଣୀ ଏବେ ବି ଖାଲି ବଲିଉଡ୍‌ ନୁହେଁ ସବୁଠି ଚର୍ଚ୍ଚିାରେ ରହିଛି ।

Leave A Reply

Your email address will not be published.