ଏକତରଫା ପ୍ରେମକୁ ନେଇ ପ୍ରେମିକର ଉନ୍ମତ୍ତକାଣ୍ଡ: ଛୁରୀ ଆକ୍ରମଣରେ ଯୁବତୀ ଗୁରୁତର, ମାଆ ମୃତ

କଳାହାଣ୍ଡି: ଏକତରଫା ପ୍ରେମକୁ ନେଇ ପ୍ରେମିକର ହିଂସାକାଣ୍ଡ। ଯୁବକଙ୍କ ଆକ୍ରମଣରେ ଯୁବତୀ ଗୁରୁତର, ମାଆ ମୃତ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କଳାହାଣ୍ଡି କେସିଙ୍ଗା କର୍ଲାଖୁଣ୍ଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ଅଭିଯୋଗ ଅନୁୟାୟୀ ମାଆ ଓ ଝିଅ ପୋଖରୀରୁ ଗାଧୋଇ ଘରକୁ ଫେରୁଥିବାବେଳେ ସେହି ଗାଁର ତିଲକର ନାଏକ ଛୁରୀରେ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା। କେସିଙ୍ଗା ପୋଲିସ ଅଭିଯୁକ୍ତ ତିଲକରକୁ ଅଟକ ରଖି ପଚାରାଉଚରା କରୁଛି। ଏକତରଫା ପ୍ରେମକୁ ନେଇ ପ୍ରେମିକ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Leave A Reply

Your email address will not be published.