Odisha News
.

ବ୍ରେନ୍‌ ମ୍ୟାଲେରିଆ ଯୋଗୁ ଯିବନି ଆଉ କାହା ଜୀବନ, ୪୧ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

ଆଉ ବ୍ରେନ୍‌ ମ୍ୟାଲେରିଆରେ ଯିବନି ଆଉ କାହା ଜୀବନ। ୪୧ ବର୍ଷର ତପସ୍ୟା ପରେ ଏହାର ଚିକିତ୍ସା ଫର୍ମୁଲା ବର୍ତ୍ତମାନ ବାହାରିଛି।
ଭାରତ ସମେତ ନାଇଜେରିଆ, କଙ୍ଗୋ, ମୁଜବ୍ଦିନ୍‌ ଏବଂ ୟୁଗାଣ୍ଡାରେ ବ୍ରେନ୍‌ ମ୍ୟାଲେରିଆରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ପ୍ରତିବର୍ଷ ଏତେ ସଂଖ୍ୟକ ମୃତ୍ୟୁକୁ ଦୃଷ୍ଟିରେ ରଖି ପଞ୍ଜାବ ୟୁନିଭର୍ସିଟିର ଫାର୍ମାସ୍ୟୁଟିକଲ ଭିଭାଗର ପ୍ରଫେସର ଭୂପିନ୍ଦର ସିଂହ ଏହାର ଚିକିତ୍ସା ଉପାୟ ବାହାର କରିଛନ୍ତି। ୪୧ ବର୍ଷ ଧରି ଚାଲିଥିବା ଏହି ରିସର୍ଚ୍ଚରେ ଏବେ ସଫଳତା ମିଳିଛି। ନାଜାଲ ଟୁ ବ୍ରେନ୍‌ ଉପାୟରେ ଚିକିତ୍ସା ସମ୍ଭବ ହୋଇପାରିବ।

୧୯୭୯ ମସିହାରେ ସେ ବ୍ରେନ୍‌ ମ୍ୟାଲେରିଆର ଚିିକିତ୍ସା ଉପରେ ରିସର୍ଚ୍ଚ ଆରମ୍ଭ କରିଥିଲେ। ତାଙ୍କ ସୂଚନା ମୁତାବକ ଆଣ୍ଟି ମ୍ୟାଲେରିଆ ମେଡିସିନ୍‌କୁ ମସ୍ତିଷ୍କ ଗ୍ରହଣ କରିପାରିନଥାଏ। ଏଣୁ ସେ ନାନୋ ଫର୍ମୁଲା ଉପରେ କାମ କରିବା ଆରମ୍ଭ କରିଥିଲେ। ସେ ହିଁ ପ୍ରଥମ ଲୋକ ଯିଏ ପ୍ରଥମେ ଶରୀରରେ ଲ୍ୟୁମିପେଟ୍ରନ୍‌ ଓ ଆର୍ଟେମେଥର ଆଣ୍ଟି ମ୍ୟାଲେରିଆ ଡ୍ରଗ୍ସର ପରିମାଣ ଜାଣିଥିଲେ। ସର୍ଭେ ପରେ ଶରୀରରେ ୧୨ ପ୍ରତିଶତ ଲ୍ୟୁମିପେଟ୍ରନ୍‌ ଓ ୪୦ ପ୍ରତିଶତ ଆର୍ଟେମେଥର ଥିଲେ ହିଁ ମସ୍ତିଷ୍କ ରିଆକ୍ସନ୍‌ କରିଥାଏ ବୋଲି ଜଣାପଡ଼ିଥିଲା। ଏହି ଔଷଧକୁ ବାଇବେକ୍ସ ମ୍ୟାଲେରିଆର ଚିକିତ୍ସାରେ ବ୍ୟବହାର କରାଯାଇଥିଲା। ଧୀରେ ଧୀରେ ସେ ଶରୀରରେ ଏହି ମେଡିସିନ୍‌ର ମାତ୍ରାକୁ ବଢ଼ାଇଥିଲେ।

ଏହି ମେଡିସିନ୍‌ ମସ୍ତିଷ୍କ ଉପରେ ପ୍ରଭାବ ପକାଇବାରେ ସମର୍ଥ ହୋଇଥିଲା। ଧୀରେ ଧୀରେ ଔଷଧ ଯୋଗୁ ବ୍ରେନ୍‌ ରେସପନ୍ସ କରିବା ଆରମ୍ଭ କରିଥିଲା। ସେ ଏହି ଔଷଧକୁ ଗ୍ଲେକ୍ଟୋସ୍‌, ଫିଗୋସ୍‌, ଫାସ୍ଫୋଲିପିଡ୍ସ, ସୁଗାର ଆଦି ଔଷଧ ସହ ମିଶାଇ ଏହି ମିଶ୍ରଣକୁ ନାକ ପଟେ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଯାଇଥିଲା। ଏହି ଆନିମଲ ରିସର୍ଚ୍ଚ ୯୯ ପ୍ରତିଶତ ସଫଳ ହୋଇଥିଲା। ଏବେ ମଣିଷଙ୍କ ଉପରେ ଏହାକୁ ପରୀକ୍ଷା କରାଯିବ। ରିସର୍ଚ୍ଚରେ ରିପନଦୀପ କୌର, ବରୁଣ ଗୋରକୀ, ଡା.ଚନ୍ଦ୍ରଭୂଷଣ ତ୍ରିପାଠୀ, ଗୁନୀତ, ହରମନଜିତ୍‌ କାମ କରୁଥିଲେ ବୋଲି ପ୍ରଫେସର ଭୂପ କହିଛନ୍ତିି।

ସୂଚନାଯୋଗ୍ୟ ଯେ, ମାଈ ଏନୋଫିଲିସ୍‌ ମଶା କାମୁଡ଼ିବା ଯୋଗୁ ମ୍ୟାଲେରିଆ ରୋଗ ହୋଇଥାଏ। ଧୀରେ ଧୀରେ ସାରା ଶରୀର ଉପରେ ଏହା ନିଜ ପ୍ରଭାବ ବିସ୍ତାର କରିଥାଏ। ପରେ ଏହା ବାଇବେକ୍ସର ରୂପ ନେଇଥାଏ। ମ୍ୟାଲେରିଆ ରୋଗ ହେଲେ ରୋଗୀର ଶରୀର ତାପମାତ୍ରା ୧୦୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯାଏ। ମ୍ୟାଲେରିଆର ପ୍ରଭାବ ଲିଭର ଓ ଅଙ୍ଗ ଉପରେ ପଡ଼ିଥାଏ। ସାରା ଶରୀର ଉପରେ ମେଡିସିନ୍‌ର ପ୍ରଭାବ ନ ପଡ଼ିବାରୁ ଧୀରେ ଧୀରେ ଏହା ବ୍ରେନ୍‌ ଉପରେ ପ୍ରଭାବ ପକାଇଥାଏ।

ଏହାସହ ପଢ଼ନ୍ତୁ: ଏକୁଟିଆ ଯିବା ବେଳେ କେହି ଆକ୍ରମଣ କଲେ କେମିତି କରିବେ ନିଜକୁ ରକ୍ଷା, ଜାଣନ୍ତୁ କେତେକ ସହଜ ଉପାୟ

ପୂର୍ବରୁ ମ୍ୟାଲେରିଆ ପାଇଁ କୌଣସି ମେଡିସିନ୍‌ ବାହାରିନଥିବା ବେଳେ ଏବେ ଏହି ପରୀକ୍ଷା ସଫଳ ହୋଇଛି। ଏଣୁ ଭବିଷ୍ୟତରେ ଆଉ କେହି ବ୍ରେନ୍‌ ମ୍ୟାଲେରିଆରେ ଶିକାର ହେବେ ନାହିଁ ବୋଲି ଡାକ୍ତର ମତ ଦେଇଛନ୍ତି।

Loading...

Leave A Reply

Your email address will not be published.