ବାଜି ମାରିଲଲେ ପୂର୍ବତନ ଆଇଏଏସ୍‌ ଅଫିସର, ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚନରେ ବିଜୟୀ ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚନରେ ବାଜି ମାରିଲଲେ ପୂର୍ବତନ ଆଇଏଏସ୍‌ ଅଫିସର ଅସିତ ତ୍ରିପାଠୀ । ତାଙ୍କୁ ମୋଟ୍‌ ୮୫୮ ଭୋଟ୍‌ ମିଳିଛି । ସତ୍ୟ ପ୍ରକାଶ ନନ୍ଦଙ୍କୁ ହରାଇ ସଭାପତି ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ଦ୍ୱିତୀୟ ଥର ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚିତ ହୋଇଛନ୍ତି ।

ସେହିପରି ସମ୍ପାଦକ ଭାବରେ ବିଜୟୀ ହୋଇଛନ୍ତି ଅସିତଙ୍କ ପ୍ୟାନେଲର ଦିଲ୍ଲୀପ ରାଉତରାୟ । ଦିଲ୍ଲୀପଙ୍କୁ ୭୨୩ ଭୋଟ୍‌ ମିଳିଛି । ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ମାନସ ଦାସ । ଅନ୍ୟ ପଦବୀ ପାଇଁ ଭୋଟ୍‌ ଗଣତି ଜାରି ରହିଛି । ଉପସଭାପତି ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ମହେନ୍ଦ୍ର ଗୁପ୍ତା ଓ ତପେଶ ରାୟ । ଭୁବନେଶ୍ୱର କ୍ଲବ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ମୋଟ୍‌ ୧୯ ଜଣ ପ୍ରତିଦ୍ୱନ୍ଦିତା କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.