ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ

ବାଲେଶ୍ୱର: ରାଜ୍ୟର ପ୍ରଥମ ଥର ପାଇଁ ଜଣେ ବିଧାୟକଙ୍କୁ କରୋନା। ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ରିପୋର୍ଟ ପଜିଟିଭ ଆସିଥିବା ପରେ ଏନେଇ ସଂପୃକ୍ତ ବିଧାୟକ ନିଜେ ସୂଚନା ଦେଇଥିବା ସହ ସିଡିଏମଓ ମଧ୍ଯ ଜଣାଇଛନ୍ତି। ସୂଚନା ଥାଉକି, ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୨ରେ ପହଞ୍ଚିଥିବା ବେଳେ ୩୨୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବାବେଳେ ୮୬ ଜଣ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ଅନ୍ଯପଟେ ଆଜି ରାଜ୍ୟରେ ୪୫୬ ଜଣ ନୂଆ କରୋନା ଆକ୍ରାନ୍ତ ୨୪ଟି ଜିଲ୍ଲାରୁ  ଚିହ୍ନଟ ହୋଇଛନ୍ତି ।  ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୯୫୨୬ ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.