ମହାମାରୀ କରୋନା ସଂକ୍ରମଣରେ ତୃତୀୟ ସ୍ଥାନରେ ଭାରତ, ୭ ଲକ୍ଷ ଛୁଇଁବାକୁ ବସିଲାଣି ଆକ୍ରାନ୍ତଙ୍କ ସଂଖ୍ଯା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣରେ ତୃତୀୟ ସ୍ଥାନରେ ଭାରତ । ବିଶ୍ୱ ତାଲିକାର ତୃତୀୟ ସ୍ଥାନରେ ଥିବା ରୁଷକୁ ପଛରେ ପକାଇ ଭାରତ ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ଭାବେ ସାମଲ୍ ହୋଇଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୮୩୬ ରହିଥିବାବେଳେ, ରୁଷରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୮୧ ହଜାର ୨୫୧ ରହିଛି ।

corona cuttackଭାରତ ଉପରକୁ ରହିଛି ବ୍ରାଜିଲ ଓ ଆମେରିକା । ବ୍ରାଜିଲ୍‌ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରଥମ ସ୍ଥାନରେ ରହିଛି ଆମେରିକା । ବ୍ରାଜିଲ୍‌ରେ ୧୬ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩୦ ଲକ୍ଷ ହେଲାଣି । ଭାରତରେ ଏବେ ପ୍ରତ୍ୟେକ ଦିନ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ୧୯ ହଜାର ପାର କରିସାରିଲାଣି।

positiveସୂଚନା ଅନୁଯାୟୀ, ଭାରତରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୭ ଲକ୍ଷ ଛୁଇଁବାକୁ ବସିଲାଣି । ଜାନୁଆରୀ ୩୦ ତାରିଖରେ ଦେଶରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜୁନ୍‌ ୧ ବେଳକୁ, ଶହେରୁ ଅଧିକ ଦିନ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨ ଲକ୍ଷ ଥିଲା । ଏବେ ଜୁଲାଇ ୬ ଅର୍ଥାତ୍‌ ମାତ୍ର ୩୪ ଦିନରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ୬ ଲକ୍ଷ ପାର କଲାଣି । ମାତ୍ର ୩୪ ଦିନରେ ୨୪୨ ପ୍ରତିଶତ ସଂକ୍ରମଣ ବଢିଛି ।

 

 

Leave A Reply

Your email address will not be published.