ଜୁନ ୧୭ରେ ରାଜ୍ୟରେ ଖୋଲିବନି କୌଣସି ସ୍କୁଲ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର: ଜୁନ ୧୭ ତାରିଖରେ ରାଜ୍ୟରେ ଖୋଲିବନି କୌଣସି ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଦେଶର ସ୍କୁଲ ଖୋଲିବା ନେଇ ଗୃହ ମନ୍ତ୍ରାଳୟ ତରଫରୁ ନୂଆ ଗାଇଡ଼ ଲାଇନ ଜାରି ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମନ୍ତ୍ରୀ ସମୀର ଦାସ । ଜୁନ ବଦଳରେ ଜୁଲାଇ ମାସରେ ସ୍କୁଲ ଖୋଲା ଯାଇପାରେ ବୋଲି ଆଶା କରାଯାଉଛି । ସ୍କୁଲ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଗ ତରଫରୁ ନୂଆ ଏସଓପି ଜାରି ହେବା ପରେ ହିଁ ଏନେଇ ନିଷ୍ପତ୍ତି ନିଆଯିବ ।

ପୂର୍ବରୁ କରୋନା ପରିସ୍ଥିତିକୁ ନେଇ ଜାରି ହୋଇଥିବା ଲକ ଡାଉନ କାରଣରୁ ଦେଶର ସମସ୍ତ ସ୍କୁଲ କଲେଜ, ଶିକ୍ଷାନୁଷ୍ଠାନ ଆଦିକୁ ମାର୍ଚ୍ଚ ତୃତୀୟ ସପ୍ତାହରୁ ବନ୍ଦ କରାଯାଇଥିଲା । ପରେ ଜୁନ ୧୭ ତାରିଖରେ ଖୋଲାଯିବା ନେଇ ନିଷ୍ପତି ହୋଇଥିଲା ।କହିରଖିବା ଉଚିତ ହେବକି ଆସନ୍ତା କାଲିଠୁ ଲକ ଡାଉନ ୫.୦ ଜାରି ହେବାକୁ ଯାଉଛି । ଏହି ଅବଧି ଜୁନ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ନୂଆ ଗାଇଡ଼ ଲାଇନ ମାନ ଜାରି କରାଯାଇଛି । ଆଜି ସରୁଛି ଲକ ଡାଉନ ୪.୦ ।

ଦେଶର କିଛି ପ୍ରମୁଖ ତଥା ସର୍ବାଧିକ କରୋନା ଆକ୍ରାନ୍ତ ସହରରେ ନିୟମ କଡାକଡି କରାଯାଇଛି । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୂଆ ଗାଇଡ଼ ଲାଇନ ଅନୁଯାୟୀ ଆସନ୍ତା ୮ ତାରିଖରୁ ଧାର୍ମିକ ସ୍ଥଳ ଓ ସପିଂ ମଲ୍ ସବୁକୁ ଖୋଲାଯିବ । ଆଉ ବିଭିନ୍ନ ସ୍ଥାନରୁ ଗ୍ରୀନ, ଅରେଞ୍ଜ, ରେଡ ଜୋନ୍ର ଆଦି ହଟାଯାଇ କେବଳ କଣ୍ଟେନ୍‌ମେଣ୍ଟ ଜୋନ୍ କରାଯିବ । ଆଉ ରାତି ୯ ଟା ଠାରୁ ଭୋର ୫ ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.