ଲକଡାଉନର ୪ର୍ଥ ପର୍ଯ୍ଯାରେ ଖେଳାଳିଙ୍କୁ ମିଳିଲା ଅନୁମତି, ଏବେ ଷ୍ଟାଡିୟମକୁ ଯାଇ କରିପାରିବେ ଅଭ୍ୟାସ

କେନ୍ଯୁଜ୍: କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନ ପାଇଁ ସବୁକିଛି ବନ୍ଦ ହୋଇଥିବା ବେଳେ ଖେଳ ଦୁନିଆ ମଧ୍ଯ ସମ୍ପୂର୍ଣ୍ଣ ନିରବ ହୋଇଯାଇଥିଲା । ଏନେଇ ଭାରତରେ ସମସ୍ତ ଖେଳକୁଦ, ଟ୍ରେନିଂ ଠାରୁ ଆରମ୍ଭ କରି ବଡ଼ ବଡ଼ ପ୍ରତିଯୋଗିତାର ଆୟୋଜନ ମାର୍ଚ୍ଚ ୧୭ରୁ ବନ୍ଦ ରଖିଥିଲେ ସରକାର। କିନ୍ତୁ ବର୍ତ୍ତମାନ କରୋନା ପାଇଁ ଲକଡାଉନର ୪ର୍ଥ ପର୍ଯ୍ଯାୟରେ ସରକାର ସ୍ପୋର୍ଟସ କଂପ୍ଲେକ୍ସ, ଷ୍ଟାଡିୟମକୁ ଖେଳାଳିଙ୍କୁ ଅଭ୍ୟାସ ଓ ଟ୍ରେନିଂ ପାଇଁ ଯିବାକୁ ଅନୁମତି ଦେଇଛନ୍ତି । ଏନେଇ ଦର୍ଶକଙ୍କୁ ଷ୍ଟାଡିୟମକୁ ପ୍ରବେଶ ମନା ହୋଇଛି । ଏହାବ୍ଯତୀତ ଖେଳରେ ପ୍ରତିଥର ବ୍ୟବହାର କରାଯାଉଥିବା ଉପକରଣକୁ ବିଶୋଧନୀକରଣ କରାଯିବ । ବିଶୋଧନୀକରଣ ପାଇଁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ ।

ଟ୍ରେନିଂ ସମୟରେ ସମସ୍ତେ ବ୍ୟବାହର କରୁଥିବା ବିଭିନ୍ନ ଉପକରଣ ଯଥା ବଲ୍‌କୁ ଘଷିବା, ଝାଳ ନ ଲଗାଇବା ପାଇଁ ବାରଣ କରାଯାଇଛି । ଟ୍ରେନିଂ ପାଇଁ ଆଥଲେଟ୍‌ଙ୍କୁ ନିଜ ବାବଦରେ ସଂପୂର୍ଣ୍ଣ ତଥ୍ୟ ସହ ଫର୍ମ ଦାଖଲ କରିବାକୁ ପଡ଼ିବ । ସେହିପରି କୋଚ୍‌ ଓ ସପୋର୍ଟିଂ ଷ୍ଟାଫ, ଫିଜିଓ ଥେରାପିଷ୍ଟ, ମେଡିକାଲ ଅଧିକାରୀ ଓ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ହ୍ୟାଣ୍ଡ ହାଇଜିନ ଆଦି ପାଇଁ ଏସଓପିରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.